ଚିକାଗୋରେ ଗୁଳିମାଡ , ୮ ମୃତ

FMODIA.IN 26-05-2020

ଲସ୍ ଆଞ୍ଜେଲସ୍ ୨୬ ମଇ : କରୋନା ସଙ୍କଟ ସମୟରେ ସରକାରୀ କଟକଣା କୋହଳ ହେବା ପରେ ଚିକାଗୋରେ ମେମୋରିଆଲ୍ ଡେ ପାଳନ ବେଳେ ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି । ଶନିବାର ରାତିରେ ଏହି ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୋମବାର ଅପରାହ୍ନରେ ହୋଇଥିବା ଗୁଳି ବିନିମୟରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି ।

ଗତ କିଛି ବର୍ଷ ମଧ୍ୟରେ ମେମୋରିଆଲ୍ ଡେ ଇଭେଂଟ ମଧ୍ୟରେ ଏହି ପ୍ରମୁଖ ଘଟଣା ବୋଲି କୁହାଯାଉଛି । ଗତ ବର୍ଷ ସ୍ମୃତି ଦିବସରେ ଗୁଳି ବିନିମୟରେ ପାଂଚ ଜଣଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଉଲ୍ଲେଖନୀୟ ଯେ ଚିକାଗୋରେ କରୋନା ସଙ୍କଟ ଦୂର ହୋଇଛି ଏବଂ ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ଅନୁମତି ଦିଆଯାଇଛି ।