BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା 11 ଲକ୍ଷ ପାର ହେଲା

FMODIA.IN 16-10-2020
Global covid cases reached 11lakhs

ନୂଆଦିଲ୍ଲୀ, ଅକ୍ଟୋବର: କରୋନା କାରଣରୁ ବିଶ୍ୱରେ ଶୁକ୍ରବାର ସକାଳ ସୁଦ୍ଧା ୧୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । କରୋନା ଭାଇରସ ସଂକ୍ରମଣରେ ୩ କୋଟି ୯୧ ଲକ୍ଷ ୫୧ ହଜାର ୧୪୪ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୨ ହଜାର ୪୧୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୯୩ ଲକ୍ଷ ୬୯ ହଜାର ୭୭୨ ଜଣ ସୁସ୍ଥ ହୋଇଥିବା ବେଳେ ୮୬ ଲକ୍ଷ ୭୮ ହଜାର ୯୫୪ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୦ ହଜାର ୮୫୬ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୮୨ ଲକ୍ଷ ୧୫ ହଜାର ୧୯୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୨ ହଜାର ୭୧୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୩ ଲକ୍ଷ ୧୯ ହଜାର ୪୨୧ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୭୩ ହଜାର ୬୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୨୪୧ ଜଣ ଗୁରୁତର ଅଛନ୍ତି ।