ବ୍ରାଜିଲରେ କରୋନାରେ ମାସକରେ ୭.୬୬ ଲକ୍ଷ ସଂକ୍ରମିତ

FMODIA.IN 20-06-2020
In Brazil, 4.4 million cases of coronary heart disease per month

ନୂଆଦିଲ୍ଲୀ, 20 ଜୁନ:କରୋନା କାରଣପରୁ ଆମେରିକା ପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରାଜିଲ । ଏଠାରେ ସଂକ୍ରମିତ ଲୋକଙ୍କର ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୫୬୮ରେ ପହଞ୍ଚିଥିବା ବେଳେ ୪୯ ହଜାର ୯୦ ଜଣଙ୍କର ଜୀବନ ଯାଇଛି । ବିଗତ ଏକ ମାସ ମଧ୍ୟରେ ସଂକ୍ରମିତ ସଂଖ୍ୟା ୭ ଲକ୍ଷ ୬୬ ହଜାର ୬୮୩ ଜଣ ଅଧିକ ହୋଇଛି ।

ସେହିଭଳି ବ୍ରାଜିଲରେ ଗୋଟିଏ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ଏଠାରେ ବିଗତ ଏକ ମାସ ମଧ୍ୟରେ ୩୧ ହଜାର ୧୦୭ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ବ୍ରାଜିଲରେ ଦୈନିକ ହାରାହାରି ୧ ହଜାର ୩ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲରେ ଗତ ମାସ ୨୦ ତାରିଖ ଯାଏଁ କରୋନା ଭାଇରସ ଯୋଗୁଁ ୨ ଲକ୍ଷ ୭୧ ହଜାର ୮୮୫ ଜଣ ଲୋକ ସଂକ୍ରମିତ ହୋଇଥିଲେ । ୧୭ ହଜାର ୯୮୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, କରୋନା ଭାଇରସ ସମଗ୍ର ବିଶ୍ୱବାସୀଙ୍କୁ କନ୍ଦାଉଛି । ଶନିବାର ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୮୭ ଲକ୍ଷ ୫୦ ହଜାର ୮୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଲକ୍ଷ ୬୧ ହଜାର ୮୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ୪୬ ଲକ୍ଷ ୨୦ ହଜାର ୩୭୮ ଜଣ ସୁସ୍ଥ ହୋଇଥିବା ବେଳେ ୩୬ ଲକ୍ଷ ୬୮ ହଜାର ୬୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ୫୪ ହଜାର ୭୯୧ ଜଣ ରୋଗୀ ଗୁରୁତର ଥିବା ଜଣାଯାଇଛି ।