ଦକ୍ଷିଣ-ପୂର୍ବ ଏସିଆ ଦେଶରେ ୬୪,୪୫୧ ନୂତନ କରୋନା ସଂକ୍ରମିତ ଚିହ୍ନଟ

FMODIA.IN 15-05-2020

ନୂଆଦିଲ୍ଲୀ, ମେ ୧୫ - ଜନ୍ସ ହପକିନ୍ସ୍ସ ବିଶ୍ୱ ବିଦ୍ୟାଳୟର ଗବେଷକଙ୍କ ଅନୁଯାୟୀ ପୂରା ଦୁନିଆରେ ସଂକ୍ରମିତ ସଂଖ୍ୟା ପ୍ରାୟ ୪୫, ୨୬, ୯୩୪ ରହିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୦୩, ୪୦୭ରୁ ଅଧିକ ରହିଛି । ଏହି ମହାମାରୀ ଭୂତାଣୁରେ ଏ ପର୍ଯ୍ୟନ୍ତ ୧୭,୦୫, ୬୭୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ସଂକ୍ରମଣର ପ୍ରକୋପକୁ ଦୃଷ୍ଟିରେ ରଖି ଦୁନିଆର ଅନେକ ଦେଶ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । କିଛି ଦେଶରେ ଆଂଶିକ ଲକଡାଉନ ଲଙ୍କଜ୍ଞର ହୋଇଛି । ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଉଛି । ଆସନ୍ତୁ ଜାଣିବା ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡିକରେ ମହାମାରୀ କରୋନା ପ୍ରକୋପ କେମିତି ରହିଛି ।

ଇଣ୍ଡୋନେସିଆ

ଦକ୍ଷିଣ ପୂର୍ବ ଏସିଆ ଦେଶ ଇଣ୍ଡୋନେସିଆରେ ଅଦ୍ୟାବଧି ୧୬,୦୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଭୂତାଣୁରେ ୧,୦୪୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ୩,୫୧୮ ଆକ୍ରାନ୍ତ ସୁ୍ସ୍ଥ ହୋଇ ଘରକୁ ଫେରିଛନ୍ତି ।

ଲାଓସ

ଲାଓସରେ ଅଦ୍ୟାବଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ରହିଛି । ୧୪ ଜଣ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏହି ଭୂତାଣୁରେ ଜଣଙ୍କର ମୃତ୍ୟୁ ଘଟିଛି ।

କମ୍ବୋଡିଆ

କମ୍ବୋଡିଆରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୨୨ ରହିଛି । ସବୁଠୁ ବଡ କଥା ୧୨୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ମହାମାରୀରେ କେବଳ ଜଣେ ସଂକ୍ରମିତଙ୍କ ପ୍ରାଣହାନୀ ଘଟିଛି ।

ମାଲେସିଆ

ମାଲେସିଆରେ ଏ ପର୍ଯ୍ୟନ୍ତ ୬,୮୧୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫,୩୫୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାମାରୀ କରୋନାରେ ଅଦ୍ୟାବଧି ମାଲେସିଆରେ ୧୧୨ ଜଣଙ୍କ ମୃତ୍ୟୁ ଘଟିଛି । ମାଲେସିଆରେ ଲକଡାଉନ ଅବଧି ବୃଦ୍ଧି କରାଯାଇଛି ।

ମିଆଁମାର

ମିଆଁମାରରେ ଅଦ୍ୟାବଧି କରୋନା ସଂକ୍ରମିତ ସଂଖ୍ୟା ୧୮୧ ହୋଇଛି । ସେଥି ମଧ୍ୟରୁ ୮୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି । ମିଆଁମାରରେ ଲକଡାଉନ ଅବଧି ବଢା ଯାଇଛି ।

ଫିଲିପାଇନ୍ସ

ଫିଲିପାଇନ୍ସରେ ଅଦ୍ୟାବଧି ୧୧,୮୭୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨,୩୩୭ ସଂକ୍ରମିତ ସୁ୍ସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯୦ ଜଣଙ୍କ ପ୍ରାଣହାନୀ ଘଟିଛି । ଫିିଲିପାଇନ୍ସରେ ଲକଡାଉନ ଅବଧି ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଯାହାର ଅବଧି ଶେଷ ହୋଇଛି ।

ସିଙ୍ଗାପୁର

ସିଙ୍ଗାପୁରରେ ୨୬,୦୯୮ କରୋନା ସଂକ୍ରମିତି ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୫,୯୭୩ ସଂକ୍ରମିତ ସୁ୍ସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଭୂତାଣୁରେ ଅଦ୍ୟାବଧି ୨୧ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନ ୧ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଛି ।

ଥାଇଲାଣ୍ଡ

ଥାଇଲାଣ୍ଡରେ ଏ ପର୍ଯ୍ୟନ୍ତ କରୋନା ଭୁତାଣୁ ସଂକ୍ରମିତ ସଂଖ୍ୟା ୩,୦୧୮ ରହିଛି । ୨,୮୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଭୂତାଣୁରେ ଏ ପର୍ଯ୍ୟନ୍ତ ୫୬ ଜଣଙ୍କ ମୃତ୍ୟୁ ଘଟିଛି ।

ଭିଏତନାମ

ଭିଏତନାମରେ ଅଦ୍ୟାବଧି ୩୧୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬୦ ଜଣ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି । ଏହି ଭୂତାଣୁରେ ଜଣେ ବି ସଂକ୍ରମିତଙ୍କ ମୃତ୍ୟୁ ଘଟିନାହିଁ ।