BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ଇଣ୍ଡୋନେସିଆର ମତ ପ୍ରଚାରକଙ୍କୁ ଆଶ୍ରୟ ଦେଇଥିବା ଜମିଲ ଅହମ୍ମଦଙ୍କ ଠାରେ ମିଳିଲା କରୋନା ପଜିଟିଭ

FMODIA.IN 22-03-2020

କରିମନଗର(ତେଲେଙ୍ଗାମା), ମାର୍ଚ୍ଚ୨୨(ହି.ସ)- କରିମନଗର ଗସ୍ତରେ ଆସିଥିବା ଇଣ୍ଡୋନେସିଆର ମତ ପ୍ରଚାରକଙ୍କୁ ଆଶ୍ରୟ ଦେଇଥିବା ମହମ୍ମଦ ଜମିଲ ଅହମ୍ମଦଙ୍କୁ ପୋଲିସ ଗତକାଲି ବିଳମ୍ବିତ ରାତ୍ରିରେ ଗିରଫ କରିଛି । ପୋଲିସ କମିଶନ କମଲହାସନ ରେଡ୍ଡୀ କହିଛନ୍ତି ଗତକାଲି ବିଳମ୍ବିତ ରାତିରେ ଅହମ୍ମଦଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଆସୋଲେସନ ଓ୍ାର୍ଡରେ ଭର୍ତି କରିଛି । ପୋଲିସ କମିଶନ ଆନୁଷ୍ଠାନିକ ଭାବେ ସୂଚନା ଦେଇ କହିଛନ୍ତି ଯେ, ଜମିଲ ଅହମ୍ମଦଙ୍କଠାରେ କରୋନା ଭୂତାଣୁ ପଜିଟିଭ୍ ମିଳିଛି ।

ପୋଲିସର ସୂଚନା ଅନୁଯାୟୀ, ଇଣ୍ଡୋନେସିଆର ୯ ପ୍ରଚାରକ କରୋନା ସଂକ୍ରମିତ ଜଣା ପଡିବା ପରେ ୩ ଦିନ ହେବ ଜମିଲ ଅହମ୍ମଦ ଫେରାର ଥିଲା । ତାକୁ ଧରିବା ଲାଗି ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ଅହମ୍ମଦକୁ ହେପାଜତରେ ନେଇ ଆଇସୋଲେସନରେ ଭର୍ତି କରାଯାଇଛି । ପୋଲିସ ଏହି ପୂରା ମାମଲାର ଖୋଳତାଡ କରୁଛି ଏବଂ ବିଶେଷ ଦଳ ଗଠନ କରି ଆରୋପିଙ୍କୁ ପଚରା ଉଚୁରା କରୁଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in