BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କରୋନା: ବିଶ୍ୱରେ ମୃତକଙ୍କ ସଂଖ୍ୟା ୧୦.୭୨ ଲକ୍ଷକୁ ବଢିଲା

FMODIA.IN 10-10-2020
Karona: The death toll in the world has risen to 10.72 million

ନୂଆଦିଲ୍ଲୀ, 10ଅକ୍ଟୋବର - କରୋନାରେ ବିଶ୍ୱରେ ଶନିବାର ସକାଳ ସାଢ଼େ ୬ଟା ସୁଦ୍ଧା ୩ କୋଟି ୭୦ ଲକ୍ଷ ୯୨ ହଜାର ୭୦୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୭୨ ହଜାର ୧୪୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୭୮ ଲକ୍ଷ ୭୯ ହଜାର ୭୮୦ ଜଣ ସୁସ୍ଥ ହୋଇଥିବା ବେଳେ ୮୧ ଲକ୍ଷ ୪୦ ହଜାର ୭୭୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୮ ହଜାର ୩୫୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୭୮ ଲକ୍ଷ ୯୪ ହଜାର ୩୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୧୮ ହଜାର ୬୪୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୦ ଲକ୍ଷ ୫୯ ହଜାର ୪୯ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୧୬ ହଜାର ୬୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୭୦୩ ଜଣ ଗୁରୁତର ଅଛନ୍ତି ।