BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦ ସଦସ୍ୟ

FMODIA.IN 22-10-2019
Modi met with jpmorgan members

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୨ ଅକ୍ଟୋବର - ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟମାନଙ୍କୁ ଭେଟିଛନ୍ତି । ୨୦୦୭ ପରେ ପ୍ରଥମ ଥର ଲାଗି ଭାରତରେ ଅନ୍ତର୍ଜାତୀୟ ପରିଷଦର ଏହି ବୈଠକ ଅନୁିତ ହୋଇଛି ।

ଏହି ଅନ୍ତର୍ଜାତୀୟ ପରିଷଦରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପୂର୍ବତନ ଅଷ୍ଟେ୍ରଲିଆ ପ୍ରଧାନମନ୍ତ୍ରୀ ଜନ ହାୱାର୍ଡ, ପୂର୍ବତନ ଆମେରିକୀୟ ପରରାଷ୍ଟ୍ର ସଚିବ ହେନେରୀ କିସିଙ୍ଗର ଓ କଣ୍ଡୋଲିଜା ରାଇସ, ପୂର୍ବତନ ପ୍ରତିରକ୍ଷା ସଚିବ ରବର୍ଟ ଗେଟ୍ସ ପ୍ରମୁଖ ବିଶ୍ୱସ୍ତରର ରାଷ୍ଟ୍ରନେତା ସାମିଲ ରହିଛନ୍ତି । ଏମାନଙ୍କ ବ୍ୟତୀତ ବିଶ୍ୱ ବ୍ୟବସାୟ ଓ ଆର୍ଥିକ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷ ଯଥା ଜେପି ମୋର୍ଗାନ ଚେଜର ଜେମି ଡିମୋନ, ଟାଟା ଗ୍ରୁପର ରତନ ଟାଟା ଏବଂ ନେସଲେ, ଆଲିବାବା, ଆଲଫା, ଇବରଡୋଲା, କ୍ରାଫ୍ଟ ହେଞ୍ଜ ଆଦି କମ୍ପାନୀର ଅଗ୍ରଣୀ ପ୍ରତିନିଧିମାନେ ସାମିଲ ଥିଲେ ।

ଭାରତରେ ଏହି ପରିଷଦକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ୨୦୨୪ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଆମେରିକୀୟ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ତାଙ୍କର ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ଭୌତିକ ଭିତିଭୂମି, ସୁଲଭ ସ୍ୱାସ୍ଥ୍ୟସେବାରେ ଉନ୍ନତି ଏବଂ ଉନ୍ନତ ମାନର ଶିକ୍ଷାଦାନ ଆଦି ତାଙ୍କ ସରକାରଙ୍କ ପ୍ରମୁଖ ନୀତିଗତ ପ୍ରାଥମିକତା ।

ସରକାରଙ୍କ ନୀତି ପ୍ରଣୟନରେ ଜନସାଧାରଣଙ୍କ ଭାଗିଦାରୀ ଏକ ମାର୍ଗଦର୍ଶୀ ସିଦ୍ଧାନ୍ତ ହୋଇ ରହିଆସିଛି । ବୈଦେଶିକ ନୀତି କ୍ଷେତ୍ରରେ ଭାରତ ଏହାର ରଣନୈତିକ ସହଭାଗୀ ଏବଂ ନିବିଡ଼ ପଡେ଼ାଶୀମାନଙ୍କ ସହିତ ଏକ ସ୍ୱଚ୍ଛ ବହୁପକ୍ଷୀୟ ବୈଶ୍ୱିକ ବ୍ୟବସ୍ଥା ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିଆସୁଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in