କରୋନାରେ ଋଷିଆରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

FMODIA.IN 21-05-2020
More than 300,000 people in Russia are suffering from coronary heart disease

ନୂଆଦିଲ୍ଲୀ, 21 ମଇ:ଚୀନର ଉହାନ ସହରରକୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଏବେ ସଂକ୍ରମିତ ତାଲିକାରେ ଋଷିଆ ଦ୍ୱିତୀୟ ସ୍ଥାନ ଦଖଲ କରିଛି । ଋଷିଆରେ ଆଜି ପର୍ଯ୍ୟନ୍ତ ୩ ଲକ୍ଷ ୮ ହଜାର ୭୦୫ ଜଣ ଆକ୍ରାନ୍ତ ଥିବା ବେଳେ ୨ ହଜାର ୯୭୨ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ହଜାର ୩୯୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ୩୪୧ ଜଣ ସକ୍ରିୟ ଅଛନ୍ତି । ଦୁଇ ହଜାର ୧୧୫ ଜଣ ଗୁରୁତର ଅଛନ୍ତି ।

ସେହିପରି କରୋନା ଭାଇରସ ସଂକ୍ରମଣ ସ୍ପେନ ତୁଳନାରେ ବ୍ରାଜିଲର ଲୋକେ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବ୍ରାଜିଲରେ ୨ ଲକ୍ଷ ୯୩ ହଜାର ୩୫୭ ଜଣ ଆକ୍ରାନ୍ତଙ୍କ ସହ ଏବେ ତୃତୀୟ ସ୍ଥାନରେ ଅଛି । ଏଠାରେ ୧୮ ହଜାର ୮୯୪ ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନରେ ମୃତ୍ୟୁ ସଂଖ୍ୟା ୨୭ ହଜାର ୮୮୮ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୭୯ ହଜାର ।

ତେବେ ଗତକାଲି ସକାଳ ୯ଟା ବେଳକୁ ଋଷିଅରେ ୨ ଲକ୍ଷ ୯୯ ହଜାର ୯୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ହଜାର ୮୩୭ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ପେନରେ ୨ ଲକ୍ଷ ୭୮ ହଜାର ୮୦୩ ସଂକ୍ରମିତ ହୋଇଥିଲେ ଏବଂ ୨୭ ହଜାର ୭୭୮ ମୃତକ ଚିହ୍ନଟ ହୋଇଥିଲେ । ଏତଦ ବ୍ୟତୀତ ବ୍ରାଜିଲରେ ୨ ଲକ୍ଷ ୭୧ ହଜାର ୮୮୫ ସଂକ୍ରମିତ ହୋଇଥିଲେ ଓ ୧୭ ହଜାର ୯୮୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ ଗୁରୁବାର ସକାଳ ୯ଟା ସୁଦ୍ଧା ବିଶ୍ୱରେ ୫୦ ଲକ୍ଷ ୮୫ ହଜାର ୫୦୪ ଜଣ ଆକ୍ରାନ୍ତ ଥିବା ବେଳେ ୩ ଲକ୍ଷ ୨୯ ହଜାର ୭୩୧ ଜଣଙ୍କର ପ୍ରାଣହାନୀ ଘଟିଛି । ଆମେରିକାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୫୬୧ ଜଣଙ୍କ ମୃତ୍ୟୁ ଘଟିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।