BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ସିଲଭାସାରେ ଓଡ଼ିଆ ଯୁବକକୁ ହତ୍ୟା : ହୋଇପାରୁନି ଶବ ବ୍ୟବଚ୍ଛେଦ, ମୃତଦେହ ଫେରାଇ ଆଣିବା ପାଇଁ ପରିବାରଙ୍କ ପକ୍ଷରୁ ଦାବି

FMODIA.IN 05-12-2019
Odia youth hacked to death in Silbhasa

ଭଦ୍ରକ, ୫ ଡିସେମ୍ବର :- ଜନ୍ମଦିନର ପାର୍ଟି ଚାଲିଥିବାବେଳେ ହୋଟେଲ ଭିତରେ ଜଣେ ଓଡ଼ିଆ ଯୁବକ ହତ୍ୟାର ଶୀକାର ହୋଇଥିଲେ ବି ଏବେବି ତାର ଶବ ବ୍ୟବଚ୍ଛେଦ ନହୋଇ ପଡିରହିବା ଘଟଣା ଚଚ୍ର୍ଚାର ବିଷୟ ହୋଇଛି। ଏପରିକି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ ଯୁବକଙ୍କ ଗର୍ଭବତୀ ପତ୍ନୀ ନିଜର ଶିଶୁ ସନ୍ତାନ ସହ ନ୍ୟାୟ ପାଇ ପୁଲିସ୍ର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରଶାସିତ ଅଂଚଳ ସିଲଭାସା ଠାରେ। ଏହି ହତ୍ୟାକାଣ୍ଡରେ ୭ ଜଣ ଅଭିଯୁକ୍ତଙ୍କୁ ସିଲଭାସା ପୁଲିସ୍ ଅଟକ ରଖଥିବାର ସୂଚନା ମିଳିଛି। ତେବେ ଛୁରାମାଡରେ ଏକ ହୋଟେଲରେ ରୋଷେୟା ଥିବା ଏହି ଯୁବକଙ୍କର ମୃତୁ୍ୟ ଘଟିଥିବାର କୁହାଯାଉଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ବନ୍ତ ବ୍ଲକ୍ ଛୟାଳସିଂ ହରିଜନ ସାହିର ଖଗେଶ୍ବର ଜେନା ସିଲଭାସାରେ ସ୍ବରାଜ ନାମକ ଏକ ହୋଟେଲରେ ଦୀର୍ଘ ୧୨ ବର୍ଷ ହେବ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ସେ ଘରକୁ ଆସିଥିଲେ। ତାଙ୍କର ବୃଦ୍ଧ ପିତା ଓ ଗର୍ଭବତୀ ପତ୍ନୀ ସହ ଏକ ଛୋଟ ପୁତ୍ର ସନ୍ତାନ ଘରେ ଅଛନ୍ତି। ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହିସାବରେ ପରିବାରକୁ ପ୍ରତିପୋଷଣ କରିଆସୁଥିଲେ। ଗତକାଲି ଉକ୍ତ ହୋଟେଲରେ ଜଣେ ବ୍ୟକ୍ତିଙ୍କର ଜନ୍ମଦିନ ପାର୍ଟି ଚାଲିଥିଲା। ସମସ୍ତେ ନିଶାରେ ମଜଗୁଲ ହୋଇ ଏହି ଉସବ ପାଳନ କରୁଥିଲେ। ମାତ୍ର ପାର୍ଟି ଶେଷ ହେଲାପରେ ସମସ୍ତେ ହୋଟେଲରୁ ବାହାରି ଯାଇଥିଲେ ବି ଉକ୍ତ ପାର୍ଟିର ଜଣେ ଯୁବକ ହୋଟେଲ ଭିତରେ ରହିଯାଇଥିଲା। ଅନ୍ୟ ସାଙ୍ଗମାନେ ଗାଡିରେ ବସି ହର୍ଣ୍ଣକୁ ବାରମ୍ବାର ବଜାଉଥିଲେ। ଏଥିରେ ସ୍ଥାନୀୟ ଲୋକେ ବିରକ୍ତ ହୋଇ ସେମାନଙ୍କ ସହ ଝଗଡା କରିଥିଲେ। ସେହିଠାରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳର ସୂତ୍ରପାତ। ହୋଟେଲ ଭିତରେ ରହିଯାଇଥିବା ସାଥୀଟି ଏହି ଗଣ୍ଡଗୋଳରେ ଆକ୍ରମଣ କରିବା ପାଇଁ ରୋଷେଇ ଘରକୁ ପଶି ଏକ ଛୁରୀ ଆଣୁଥିବାବେଳେ ଖଗେଶ୍ବର ତାଙ୍କୁ ଅଟକାଇଥିଲା। ଫଳରେ ସଂପୃକ୍ତ ଯୁବକଙ୍କ ସମେତ ଅନ୍ୟମାନେ ଖଗେଶ୍ବରଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେ ଗୁରୁତର ହୋଇ ସିଲଭାସାସ୍ଥିତ ବିନୋଭାଭାବେ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ ବି ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଲିସ୍ ସେଠାରେ ପହ ହତ୍ୟାକାରୀ ଚାରିଜଣ ଯୁବକଙ୍କୁ ଗିରଫ କରିଥିଲା। ଏବଂ ଅନ୍ୟ ୩ ଜଣଙ୍କୁ ଧରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଚୁରୀ ସହ ରକ୍ତଭିଜା କପଡାକୁ ମଧ୍ଯ ଜବତ କରିଥିଲା। ଏହି ଖବର ତାଙ୍କର ବୃଦ୍ଧ ପିତା, ଗର୍ଭବତୀ ପତ୍ନୀଙ୍କ ନିକଟକୁ ଆସିବା ପରେ ସେମାନେଏହି ଘଟଣା ବନ୍ତ ଥାନାଧିକାରୀଙ୍କ ନିକଟରେ ଜଣାଇ ମୃତଦେହ ଫେରାଇ ଆଣିବାର ଅନୁରୋଧ କରିଛନ୍ତି। ତେବେ ଖଗେଶ୍ବର େଯ ଏହି ଭଦ୍ରକ ମାଟିର ସନ୍ତାନ ଥାଇ ଅନ୍ୟକୁ ବଂଚାଇବା ପାଇଁ ନିଜର ଜୀବନ ହରାଇଲେ। କିନ୍ତୁ ପଛରେ ଛାଡିଗଲେ ନିଜ ବୁଢାବାପା, ଗର୍ଭବତୀ ପତ୍ନୀ ଓ ପୁତ୍ରକୁ। ଏବେ ପରିବାର ପ୍ରତିପୋଷଣ କିଭଳି ହେବ, ସେ ନେଇ ଚିନ୍ତାରେ ଅଛନ୍ତି ତାଙ୍କ ପିତା ଓ ବିଧବା ପତ୍ନୀ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in