BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୂର୍ବୋତରର ଇମ୍ଫାଲରୁ ଚିହ୍ନଟ ହେଲେ ପ୍ରଥମ କରୋନା ରୋଗୀ

FMODIA.IN 24-03-2020
one corona patient identify in imphal

ଇମ୍ପାଲ, ମାର୍ଚ୍ଚ୨୪ : ଭାରତର ପୂର୍ବୋତରରେ ପ୍ରଥମ ରୋଗୀ ମଣିପୁରର ରାଜଧାନୀ ଇମ୍ପାଲରୁ ଚିହ୍ନଟ ହୋଇଛି । ୨୩ ବର୍ଷୀୟ ଯୁବତୀ ଇଂଲଣ୍ଡରୁ ଇମ୍ଫାଲ ଆସିଥିଲେ । ସଂପ୍ରତି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି ।

କରୋନା ପଜିଟିଭର ରିପୋର୍ଟ ମଙ୍ଗଳବାର ସକାଳ ୬ଟା ୪୦ ମିନିଟରେ ଜେଏନଆଇଏମଏସ ଜାରି କରିଛି । ରିପୋର୍ଟରେ ରୋଗୀ କରୋନା ପଜିଟିଭ ଥିବା ଜଣା ପଡିଛି । ଯୁବତୀଙ୍କ ରକ୍ତ ନମୂନା ଓ ସ୍ୱାବ ମାର୍ଚ୍ଚ ୨୩ରେ ଲ୍ୟାବକୁ ପଠାଯାଇଥିଲା । ଅନ୍ୟପଟେ ମଣିପୁର ସରକାର ମଧ୍ୟ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସରକାର ସତର୍କ ହୋଇ ଯାଇଛନ୍ତି । ଯୁବତୀ ଇଂଲଣ୍ଡରୁ ଇମ୍ପାଲ ପହଂଚିବା ପରେ କେଉଁ କେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ, ତାର ଯାଂଚ କରାଯାଉଛି ଏବଂ ସେହି ଲୋକମାନଙ୍କୁ ଆଇସୋଲେସନରେ ରଖିବାର ବ୍ୟବସ୍ଥା କରାଯାଉଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in