BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ପର୍ତୁଗାଲର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ସାକ୍ଷାତ

FMODIA.IN 14-02-2020
Portugal President met with Indian PM Modi

ନୂଆଦିଲ୍ଲୀ,୧୪ ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଦିନ ପର୍ତୃଗାଲ ରାଷ୍ଟ୍ରପତି ମାର୍ସିଲୋ ରେବେଲୋ ଡି ସୁସା ସାକ୍ଷାତ କରିଛନ୍ତି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ କଣ ପ୍ରଗତି ହୋଇଛି ସେ ନେଇ ସମୀକ୍ଷା ପାଇଁ କଥାବାର୍ତା କରିଛନ୍ତି ।

ପର୍ତୃଗାଲ ରାଷ୍ଟପତି ଚାରିଦିନିଆ ଯାତ୍ର ପାଇଁ ଗୁରୁବାର ଦିନ ସନ୍ଧ୍ୟାରେ ନୂଆଦିଲ୍ଲୀ ପହଂଚିଛନ୍ତି । ଆଜି ସକାଳେ ତାଙ୍କୁ ରାଷ୍ଟ୍ରପତି ଭବନରେ ସରକାରୀ ଭାବେ ସ୍ୱାଗତ କରାଯାଇଥିଲା । ଏହାପରେ ସେ ରାଜଘାଟ ଯାଇ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାପରେ ରାଷ୍ଟ୍ରପତି ମାର୍ସିଲୋ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ କରି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା । ସନ୍ଧ୍ୟାରେ ରାଷ୍ଟ୍ରପତି ମାର୍ସିଲୋ ଭାରତର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ କରିଥିଲେ ।

ଆସନ୍ତାକାଲି ରାଷ୍ଟ୍ରପତି ମାର୍ସିଲୋ ମୁମ୍ବାଇ ଯିବେ ଏବଂ ରାଜ୍ୟପାଳଙ୍କ ସହିତ ସାକ୍ଷାତ କରିବେ । ପରେ ସେଠାରୁ ସେ ଗୋଆ ମଧ୍ୟ ଯିବେ, ଯେଉଁଠାରେ ସେ ପରଦିନ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବେ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶ ବିଜ୍ଞାନ, ସଂସ୍କୃତି, ଶିକ୍ଷା ଏବଂ ବ୍ୟବସାୟର ବିଭିନ୍ନ କ୍ଷେତ୍ରରେ ସହଭାଗିତା ବଢ଼ାଉଛନ୍ତି । ଏହି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ ହେବ । ନିକଟରେ ପର୍ତୃଗାଲ ସହିତ ଭାରତର ସମ୍ପର୍କ ଅନେକ ପ୍ରଗତି ଘଟିଛି । ଏଥିମଧ୍ୟରେ ଡିସେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ଏଂଟୋନିୟୋ କୋଷ୍ଟାଙ୍କ ଭାରତ ଗସ୍ତ ଏବଂ ଜୁନ୍ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ତୃଗାଲ ଯାତ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।

ଏହା ରାଷ୍ଟ୍ରପତି ମାର୍ସିଲୋଙ୍କ ପ୍ରଥମ ଭାରତ ଗସ୍ତ । ଏହାପୂର୍ବରୁ ୨୦୦୭ରେ ପର୍ତୃଗାଲ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ ।

ନୂଆଦିଲ୍ଲୀ,୧୪ ଫେବୃଆରୀ(ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ଦିନ ପର୍ତୃଗାଲ ରାଷ୍ଟ୍ରପତି ମାର୍ସିଲୋ ରେବେଲୋ ଡି ସୁସା ସାକ୍ଷାତ କରିଛନ୍ତି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ କଣ ପ୍ରଗତି ହୋଇଛି ସେ ନେଇ ସମୀକ୍ଷା ପାଇଁ କଥାବାର୍ତା କରିଛନ୍ତି ।

ପର୍ତୃଗାଲ ରାଷ୍ଟପତି ଚାରିଦିନିଆ ଯାତ୍ର ପାଇଁ ଗୁରୁବାର ଦିନ ସନ୍ଧ୍ୟାରେ ନୂଆଦିଲ୍ଲୀ ପହଂଚିଛନ୍ତି । ଆଜି ସକାଳେ ତାଙ୍କୁ ରାଷ୍ଟ୍ରପତି ଭବନରେ ସରକାରୀ ଭାବେ ସ୍ୱାଗତ କରାଯାଇଥିଲା । ଏହାପରେ ସେ ରାଜଘାଟ ଯାଇ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାପରେ ରାଷ୍ଟ୍ରପତି ମାର୍ସିଲୋ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ କରି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା । ସନ୍ଧ୍ୟାରେ ରାଷ୍ଟ୍ରପତି ମାର୍ସିଲୋ ଭାରତର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ କରିଥିଲେ ।

ଆସନ୍ତାକାଲି ରାଷ୍ଟ୍ରପତି ମାର୍ସିଲୋ ମୁମ୍ବାଇ ଯିବେ ଏବଂ ରାଜ୍ୟପାଳଙ୍କ ସହିତ ସାକ୍ଷାତ କରିବେ । ପରେ ସେଠାରୁ ସେ ଗୋଆ ମଧ୍ୟ ଯିବେ, ଯେଉଁଠାରେ ସେ ପରଦିନ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବେ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶ ବିଜ୍ଞାନ, ସଂସ୍କୃତି, ଶିକ୍ଷା ଏବଂ ବ୍ୟବସାୟର ବିଭିନ୍ନ କ୍ଷେତ୍ରରେ ସହଭାଗିତା ବଢ଼ାଉଛନ୍ତି । ଏହି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ ହେବ । ନିକଟରେ ପର୍ତୃଗାଲ ସହିତ ଭାରତର ସମ୍ପର୍କ ଅନେକ ପ୍ରଗତି ଘଟିଛି । ଏଥିମଧ୍ୟରେ ଡିସେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ଏଂଟୋନିୟୋ କୋଷ୍ଟାଙ୍କ ଭାରତ ଗସ୍ତ ଏବଂ ଜୁନ୍ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ତୃଗାଲ ଯାତ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।

ଏହା ରାଷ୍ଟ୍ରପତି ମାର୍ସିଲୋଙ୍କ ପ୍ରଥମ ଭାରତ ଗସ୍ତ । ଏହାପୂର୍ବରୁ ୨୦୦୭ରେ ପର୍ତୃଗାଲ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in