BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ମଧ୍ୟ ପ୍ରଦେଶରେ ବିଧାନସଭାରେ ଆସ୍ଥା ପ୍ରସ୍ତାବରେ ପାସ୍ ହେଲେ ଶିବରାଜ ସରକାର

FMODIA.IN 24-03-2020

ଭୋପାଳ, ମାର୍ଚ୍ଚ୨୪ : ମଧ୍ୟ ପ୍ରଦେଶର ୧୫ତମ ବିଧାନସଭାର ଷଷ୍ଠତମ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଛି । ଗୃହରେ ସରକାରଙ୍କ ପ୍ରତି ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା, ଯାହା ସର୍ବ ସମ୍ମତି କ୍ରମେ ପାରିତ ହୋଇଛି । ଏହି ସମୟରେ ଗୃହରେ କଂଗ୍ରେସର କୌଣସି ସଦସ୍ୟ ଉପସ୍ଥିତ ନଥିଲେ । ଏହା ସହିତ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିଜେପି ସରକାର ଗୃହରେ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି ।

ଗୃହକାର୍ଯ୍ୟ ପାଇଁ ଜଗଦୀଶ ଦେବଡା କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ବିଧାନସଭାର ଗୃହ କାର୍ଯ୍ୟ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ଡ. ନରୋତମ ମିଶ୍ର ଆଜି ଗୃହକାର୍ଯ୍ୟ ପରେ କହିଛନ୍ତି ଯେ, ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ୧୦୪ ବିଧାୟକଙ୍କ ସମର୍ଥନ ଜରୁରୀ ଥିଲା । ଗୃହରେ ଆଜି ଏଥିରୁ ଅଧିକ ସମର୍ଥକ ସଦସ୍ୟ ଉପସ୍ଥିତ ଥିଲେ । ସ୍ୱାଧୀନ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ, ଯେଉଁମାନେ ଭାରତୀୟ ଜନତା ପାର୍ଟିର ଶିବରାଜ ସରକାର ପ୍ରତି ନିଜର ଭରସା ପ୍ରକଟ କରିଥିଲେ ।

ଉଲ୍ଲେଖନୀୟ ସରକାର ଏହି ଅଧିବେଶନରେ ଲେଖାନୁଦାନ ଆଣିବେ । ଆଜିର ଅଧିବେଶନ ପୂର୍ବରୁ ଭାରତୀୟ ଜନତା ପାର୍ଟି ମଧ୍ୟ ପ୍ରଦେଶ ବିଧାନସଭାର ଚାରି ଦିନିଆ ଅଧିବେଶନକୁ ନେଇ ହ୍ୱିପ୍ ଜାରି କରି ସମସ୍ତ ବିଧାୟକଙ୍କୁ ଗୃହକାର୍ଯ୍ୟରେ ବାଧ୍ୟତାମୂଳକ ଉପସ୍ଥିତ ରହିବାକୁ କହିଥିଲା । ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ନରୋତମ ମିଶ୍ର ହ୍ୱିପ୍ ଜାରି କରି ସମସ୍ତ ପାର୍ଟି ବିଧାୟକଙ୍କୁ ମାର୍ଚ୍ଚ ୨୪ରୁ ଆରମ୍ଭ ହେଉଥିବା ବିଧାନସଭାର ସଂପୂର୍ଣ୍ଣ ଅଧିବେଶନରେ ଗୃହକାର୍ଯ୍ୟରେ ବାଧ୍ୟତାମୂଳକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in