BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କରୋନାରେ ଆମେରିକାରେ ମୃତକଙ୍କ ସଂଖ୍ୟା ୨.୨୦ ଲକ୍ଷକୁ ବୃଦ୍ଧି ପାଇଲା

FMODIA.IN 14-10-2020
The death toll in the United States has risen to 2.20 million

ନୂଆଦିଲ୍ଲୀ 14 ଅକ୍ଚୋବର :ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଯୋଗୁଁ ୮୦ ଲକ୍ଷ ୮୯ ହଜାର ୮୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ୮୨୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୨ ଲକ୍ଷ ୨୧ ହଜାର ୩୩୯ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୪୭ ହଜାର ୭୨୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୯୩୬ ଜଣ ଗୁରୁତର ଅଛନ୍ତି ।

କୋଭିଡ-୧୯ ଯୋଗୁଁ ବିଶ୍ୱରେ ବୁଧବାର ସକାଳ ସାଢ଼େ ୬ଟା ସୁଦ୍ଧା ୩ କୋଟି ୮୩ ଲକ୍ଷ ୪୭ ହଜାର ୭୭୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୯୦ ହଜାର ୧୭୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୮୮ ଲକ୍ଷ ୩୫ ହଜାର ୫୧୯ ଜଣ ସୁସ୍ଥ ହୋଇଥିବା ବେଳେ ୮୪ ଲକ୍ଷ ୨୨ ହଜାର ୭୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୯ ହଜାର ୮୩୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।