ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଲା

FMODIA.IN 29-06-2020
The death toll in the world has risen to more than 500,000

ନୂଆଦିଲ୍ଲୀ, ଜୁନ୍ ୨୯- ବିଶ୍ୱରେ କରୋନା (କୋଭିଡ -୧୯) ରେ ମୃତ୍ୟୁ ସଂଖ୍ୟା ପାଂଚ ଲକ୍ଷ ଟପିଛି । ବର୍ତମାନ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ୫,୦୧,୦୦୦ ରେ ପହଂଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୧ ନିୟୁତକୁ ବୃଦ୍ଧି ପାଇଛି ।

ଗତ ସପ୍ତାହରେ ମୃତ୍ୟୁ ହାର ହ୍ରାସ ପାଇଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆମେରିକା, ଭାରତ ଏବଂ ବ୍ରାଜିଲ ଭଳି ଦେଶରେ ରେକର୍ଡ ସଂଖ୍ୟା ତଥା ଏସିଆର କିଛି ଅଂଶରେ ନୂଆ ମାମଲା ହେବାର ଆଶଙ୍କା ପ୍ରକାଶ କରିଛନ୍ତି । ୧ ରୁ ୨୭ ଜୁନ୍ ମଧ୍ୟରେ ହାରାହାରି ଗଣନାକୁ ଆଧାର କରି, କୋଭିଡ -୧୯ ହେତୁ ପ୍ରତି ୨୪ ଘଂଟାରେ ୪,୭୦୦ ରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହା ପ୍ରତି ଘଂଟାରେ ୧୯୬ ଲୋକ କିମ୍ବା ପ୍ରତି ୧୮ ସେକେଣ୍ଡରେ ଜଣେ ବ୍ୟକ୍ତିର ମୃତ୍ୟୁ ହାର ସହିତ ସମାନ ।

ବର୍ତମାନ ମୋଟ ମୃତ୍ୟୁର ପ୍ରାୟ ଏକ ଚତୁର୍ଥାଂଶ ଆମେରିକାରେ ଘଟିଛି । ସମ୍ପ୍ରତି ଆମେରିକାର ଦକ୍ଷିଣ ଏବଂ ପଶ୍ଚିମ ରାଜ୍ୟଗୁଡିକ ନୂତନ ମାମଲା ସଂଖ୍ୟାରେ ସବୁଠାରୁ ଅଧିକ ରହିଛି । ଆମେରିକାରେ ରବିବାର ଦିନ ୪୪,୭୦୦ ନୂତନ ମାମଲା ଏବଂ ୫୦୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲାଟିନ୍ ଆମେରିକାରେ ମାମଲା ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରବିବାର ଦିନ, ଦକ୍ଷିଣ ଆମେରିକାରେ ୟୁରୋପର ଅତିକ୍ରମ କରିଛି ଏବଂ ଉତର ଆମେରିକା ପରେ ଏହି ମହାମାରୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ସର୍ବାଧିକ ।

ଗତ ୯ ଜାନୁଆରୀରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଥିଲା । କୋଭିଡ -୧୯ ରୁ ମାତ୍ର ପାଂଚ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ମ୍ୟାଲେରିଆରେ ବାର୍ଷିକ ମୃତ୍ୟୁ ହାରକୁ ଅତିକ୍ରମ କରିଛି, ଯାହା ଅନ୍ୟତମ ମାରାତ୍ମକ ସଂକ୍ରାମକ ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୧୮ ତଥ୍ୟ ଅନୁଯାୟୀ, କରୋନା ଜୀବାଣୁ ମୃତ୍ୟୁ ହାର ହାରାହାରି ୭୮,୦୦୦, ୬୪,୦୦୦ ଏଡସ୍ ସମ୍ବନ୍ଧୀୟ ମୃତ୍ୟୁ ଏବଂ ମ୍ୟାଲେରିଆରେ ୩୬,୦୦୦ ମୃତ୍ୟୁ ଘଟିଥିଲା ।