BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ବିଶ୍ୱରେ କରୋନାରେ ୪.୨୯ କୋଟି ଲୋକ ଆକ୍ରାନ୍ତ

FMODIA.IN 25-10-2020
There are 4.24 crore people in the world affected by coronation

ନୂଆଦିଲ୍ଲୀ, 25 ଅକ୍ଟୋବର ୨୫ |ବିଶ୍ୱରେ କରୋନାରେ ୪ କୋଟି ୨୯ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଅନ୍ୟ ପକ୍ଷରେ କରୋନାଜନିତ ମୃତ୍ୟୁ ସଂଖ୍ୟା ସାଢ଼େ ୧୧ ଲକ୍ଷ ଟପିଛି ।

ଅପରପକ୍ଷେ ମିଳିଥିବା ସୂଚନା ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୮୮ ଲକ୍ଷ ୨୭ ହଜାର ୯୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩୦ ହଜାର ୬୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୭ ଲକ୍ଷ ୪୧ ହଜାର ୬୧୧ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ଲକ୍ଷ ୫୬ ହଜାର ୨୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୩୬୯ ଜଣ ଗୁରୁତର ଅଛନ୍ତି ।
କରୋନା ଲାଗି ବିଶ୍ୱରେ ୪ କୋଟି ୨୯ ଲକ୍ଷ ୧୭ ହଜାର ୮୨୬ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୫୪ ହଜାର ୩୦୫ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୧୬ ଲକ୍ଷ ୫୯ ହଜାର ୯୮୬ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୧୦ ଲକ୍ଷ ୩ ହଜାର ୫୩୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୭ ହଜାର ୨୦୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।