ଟ୍ରମ୍ପଙ୍କ ଲକ୍‌ଡାଉନ୍ ଖୋଲିବାକୁ ଇଚ୍ଛା

FMODIA.IN 13-05-2020
Trump wants to open a lockdown

ନ୍ୟୁୟର୍କ, 13 ମଇ : ଆମେରିକାରେ କରୋନା ଭାଇରସ୍ କାରଣରୁ ମୃତକଙ୍କ ସଂଖ୍ୟା ୮୦ ହଜାର ଅତିକ୍ରମ କରିସାରିଛି । ଏହା ପରେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆର୍ଥିକ ବିକାଶ ପାଇଁ ଲକଡାଉନ ଖୋଲିବା ପାଇଁ ମନ ବଳାଇଛନ୍ତି । ଟ୍ରମ୍ପଙ୍କ କହିବା ଅନୁସାରେ ଅର୍ଥନୈତିକ କାରବାରକୁ ଖୋଲି ଦିଆଯାଉ ଏବଂ ଲୋକେ କାର୍ଯ୍ୟସ୍ଥଳକୁ ଫେରିଆସନ୍ତୁ । ଏହାରି ମଧ୍ୟ ଗଣମାଧ୍ୟମକୁ ଖବର ମିଳିଛି ଯେ, ହଜାର ହଜାର ଲୋକ କାର୍ଯ୍ୟସ୍ଥଳକୁ ଆସି କରୋନା ଭାଇରସର ଶିକାର ହୋଇଛନ୍ତି । ରିପୋର୍ଟ ଅନୁସାରେ ଆମେରିକାରେ ଏବେ ମାଂସ ପ୍ୟାକିଂ ଓ କୁକୁଡା ପାଳନ କାମ ହେଉଛି । କିନ୍ତୁ ଆମେରିକାରେ କରୋନା ଭାଇରସ ତୀବ୍ର ଗତିରେ ବଢ଼ିବାରେ ଲାଗିଛି ।
ଆମେରିକାର ଟେକ୍ସସାସ ରାଜ୍ୟର ଅଷ୍ଟିନରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହି ଲୋକମାନେ ନିକଟରେ କାର୍ଯ୍ୟସ୍ଥଳରୁ ଫେରିଥିଲେ । ହ୍ୱାଇଟ ହାଉସ୍ରେ ଟ୍ରମ୍ପଙ୍କ ଜଣେ ସହଯୋଗୀ ମଧ୍ୟ କରୋନାରେ ଆକ୍ରାନ୍ତ ଅଛନ୍ତି । ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ପ୍ରେସ ସଚିବ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏଠାରେ ଲକଡାଉନକୁ ଯେଭଳି ଭାବେ କୋହଳ କରି ଦିଆଯାଉଛି, ଲୋକେ କରୋନା ଭାଇରସର ଶିକାର ହେଉଛନ୍ତି । କୁହାଯାଉଛି ଯେ, ଯେଉଁ ଲୋକମାନେ ଏବେ ରୋଗରେ ପୀଡ଼ିତ ଅଛନ୍ତି, ନିକଟରେ କାର୍ଯ୍ୟସ୍ଥଳରୁ ଫେରିଥିଲେ ।
ଟେକ୍ସସାସର ଅଷ୍ଟିନରେ ସ୍ଥିତିକୁ ଦେଖିବା ପରେ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି । କୁହାଯାଉଛି ଯେ, ଯଦି ଦୋକାନ ଓ କାରଖାନା ଖୋଲି ଦିଆଯିବ, ପୁଣି ଭାଇରସ ଅଧିକ ବ୍ୟାପିବାର ଆଶଙ୍କା ରହିଛି । କାମ କରୁଥିବା ଲୋକଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ମହାମାରୀର ଶିକାର ହେବେ । ନର୍ସିଂ ହୋମ, ଅବସରପ୍ରାପ୍ତ ଓ ବେରୋଜଗାର ଓ ଅନ୍ୟ ସ୍ଥାନରେ ମଧ୍ୟ କରୋନା ଭାଇରସ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ନ୍ୟୁୟର୍କ ସିଟି, ଶିକାଗୋ, ଫିଲାଡେଲ୍ଫିଆରେ କରୋନା ଭାଇରସ ଅଧିକ ବ୍ୟାପିପାରେ ବୋଲି ଆଶା ଦେଖାଯାଇଛି ।