ଜଗତସିଂହପୁର ଜିଲ୍ଲାରେ ନୂଆ ୧୯ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨୬ କୁ ବୃଦ୍ଧି : ୫୭୬ ସୁସ୍ଥ ହେଲେଣି, ୧୪୮ ସକ୍ରିୟ ମାମଲା

FMODIA.IN 01-08-2020
Jagatsinghpur district has 19 new corona positives: The total number of victims in the district has risen to 726

ଜଗତସିଂହପୁର, ୧ ଅଗଷ୍ଟ - ଜଗତସିଂହପୁର ଜିଲ୍ଲାରେ ଆଜି ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨୬ କୁ ବୃଦ୍ଧି ପାଇଛି । ଅଦ୍ୟାବଧି ୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ୧୪୮ ଟି ସକ୍ରିୟ ମାମଲା ରହିଛି, ଅର୍ଥାତ୍ ୧୪୮ ଜଣ ଆକ୍ରାନ୍ତ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଇତିମଧ୍ୟରେ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ରହିଛି ।

ନୂଆ ଚିହ୍ନଟ ୧୯ ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକରୁ ୮ ଜଣ, ଏରସମା ବ୍ଲକରୁ ୪ ଜଣ, ବାଲିକୁଦା ବ୍ଲକରୁ ୨ ଜଣ, କୁଜଙ୍ଗ ବ୍ଲକରୁ ଜଣେ, ରଘୁନାଥପୁର ବ୍ଲକରୁ ଜଣେ, ତିର୍ତୋଲ ବ୍ଲକରୁ ଜଣେ, ନୂଆଗାଁ ବ୍ଲକରୁ ଜଣେ ଏବଂ ପାରାଦ୍ୱୀପ ପୌରାଚଂଳରୁ ଜଣେ ଆକ୍ରାନ୍ତ ରହିଛନ୍ତି ।