BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ଲକ ଡାଉନ ନିୟମକୁ ଅବମାନା, ପୁଲିସର ଲାଠିଚାର୍ଜ, ୫ ବାଇକ୍ ଜବତ

FMODIA.IN 26-03-2020

ଧର୍ମଶାଳା,26 ମାର୍ଚ୍ଚ : ରାଜ୍ୟରେ କରୋନାକୁ ନେଇ ଲକଡାଉନ ଘୋଷଣା । କରୋନା ଭୂତାଣୁ ମହାମାରୀର ରୂପ ନେଇଛି । ଯାହାକୁ ନେଇ ବିଶ୍ୱରେ ସମସ୍ତଙ୍କ ନିଦ ହଜାଇ ଦେଇଛି । ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବନେ୍ଦାବସ୍ତ କରିଛି । ଓଡିଶାରେ କର୍ଫୁ୍ୟ ଜାରି ହୋଇଛି । ହେଲେ ଲୋକେମାନେ ସଚେତନ ନହୋଇ ବିନା କାରଣରେ ବାଇକ ଧରି ଛକ ବଜାରରେ ବୁଲୁଛନ୍ତି । ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଏହି ନିୟମକୁ ବେଖାତିର କରି ଖୁଲଖୁଲା ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଧର୍ମଶାଳା ଥାନାକୁ ଖବର ଦେଇଥିଲେ । ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସଦଳବଳେ ବ୍ରହ୍ମବରଦାରେ ପଂହଚି ବ୍ରହ୍ମବରଦାସ୍ଥିତ ବ୍ୟାଙ୍କଛକ ଓ ତାରିଣୀଛକ ଆଦି ସ୍ଥାନମାନଙ୍କରେ ଲୋକେ ରୁଣ୍ଡ ହୋଇ ଏଣେ ତେଣେ ବୁଲୁ ଥିବା ବେଳେ ନେକ ଯୁବକ ବିନା କାରଣରେ ବାଇକ ଧରି ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଗୋଡାଇଥିଲା । ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । ଅନ୍ୟପକ୍ଷେ ଅପରାହ୍ନରେ କିଛି ଯୁବକ ବାଇକ ଧରି ବୁଲୁଥିବାବେଳେ ବ୍ରହ୍ମବରଦା ପୁଲିସ ୫ଜଣ ଯୁବକଙ୍କ ବାଇକକୁ ଅଟକ ରଖିଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in