BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ହାଇଦ୍ରାବାଦରେ ଫଶିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ

FMODIA.IN 26-03-2020

ଧର୍ମଶାଳା,26 ମାର୍ଚ୍ଚ : ବିଶ୍ୱରେ କରୋନ ଭୟ ସଂଚାର ହୋଇଥିବା ବେଳେ ରାଜ୍ୟରେ ଲକ ଡାଉନ ଘୋଷଣା ହୋଇଛି । ଏହି ଭାଇରସର ରକ୍ଷା ପାଇଁ ପାଇଁ ସଚେତନତା ଜରୁରି ହୋଇପଡିଛି । ସୁଦୂର ହାଇଦ୍ରାବାଦର ସିକନ୍ଦରାବାଦକୁ କାମ କରିବାକୁ ଯାଇଥିବା ଯାଜପୁର ଜିଲା ଧର୍ମଶାଳା ଅଂଚଳର୨୦ରୁ ଉର୍ଦ୍ଧ ଶ୍ରମିକ ଗୋଟିଏ କୋଠରୀରେ ରହିଛନ୍ତି । କରୋନାକୁ ନେଇ ଦେଶ ବ୍ୟାପି ଲକଡାଉନ ଘୋଷଣା ହେବା ପରେ ସେମାନେ କାମ କରୁଥିବା ହୋଟେଲ ବନ୍ଦ ହୋଇଯିବାରୁ ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଅନ୍ୟ ପକ୍ଷେ ଆସିବା ପାଇଁ ସମସ୍ତ ସଡକ ପଥ,ରେଳପଥ ଓ ବିମାନ ଚଳାଚଳ ବନ୍ଦ ହୋଇଯିବା ପରେ ସେମାନେ ଆସିବାକୁ ଚାହୁଁଥିଲେ ମଧ୍ୟ ଆସି ପାରୁ ନାହାନ୍ତି । ତେବେ ସେମାନଙ୍କୁ ତୁରନ୍ତ ଓଡିଶା ଫେରାଇ ଆଣିବାକୁ ସେମାନେ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in