ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା

FMODIA.IN 11-02-2020
Fire in bari Sahaspur village

ଯାଜପୁର ବରୀରୁ ସ୍ନେହାଂଶୁ ଶେଖର ମହାନ୍ତି -୧୧/୨- ବରୀ ନିର୍ବାଚନ ମଣ୍ଡଳୀ ଅଧିନ ସାହାସପୁର ପଂଚାୟତ ସାହାସପୁର ଗ୍ରାମର ଶତ୍ରୃଘନ ଦାସଙ୍କ ୨ ବଖରା ଛଣଛପର ଘରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି ।ଏଥିରେ ଦାସଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହେବା ସହିତ ଦୋକାନ ଗୃହ ଆସବାସ ପତ୍ର ପୋଡି ପାଉଁଶ ହୋଇଯାଇଛି ।ଖବର ପାଇ ବରୀ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିନେଇଥିଲେ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନଥିବା ସୂଚନା ମିଳିଛି । ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।