ଯାଜପୁର ଜିଲ୍ଲାରେ ପୁଣି ୪୦ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬ କୁ ବୃଦ୍ଧି : ୯ ସୁସ୍ଥ ହେଲେ, ସକ୍ରିୟ ମାମଲା ସଂଖ୍ୟା ୧୨୬

FMODIA.IN 29-06-2020
In Jajpur district, 40 more corona positives were identified.

ଯାଜପୁର, ୨୯ ଜୁନ୍ - ଯାଜପୁର ଜିଲ୍ଲାରେ ଆଜି ୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଥିଲା ୪୪୬ ।

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୬ ଜଣ କ୍ୱାରେଂଟାଇନ ସେଂଟରର ଓ ୧୪ ଜଣ ହୋମ୍ କ୍ୱାରେଂଟାଇନରୁ ରହିଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ବଡ଼ଚଣା ବ୍ଲକରୁ ୧୨ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ଦିଲ୍ଲୀ ଫେରନ୍ତା ୭ ଜଣ, ମହାରାଷ୍ଟ୍ର ୨, ହରିୟାଣା ୨ ଓ ଜଣେ କର୍ଣ୍ଣାଟକ ଫେରନ୍ତା ରହିଛନ୍ତି ।

ଦଶରଥପୁର ବ୍ଲକରୁ ୧୨ ଜଣ ଆକ୍ରାନ୍ତ ରହିଛି । ସେମାନଙ୍କ ମଧ୍ୟରେ ଦିଲ୍ଲୀ ଫେରନ୍ତା ୭ ଜଣ, ତାମିଲନାଡ଼ୁ ୩ ଜଣ, ପଶ୍ଚିମବଙ୍ଗ ଫେରନ୍ତା ୨ ଜଣ ରହିଛନ୍ତି । ରସୁଲପୁର ବ୍ଲକର ୮ ଜଣଙ୍କ ମଧ୍ୟରୁ ସମସ୍ତ କେସ୍ ଲୋକାଲ୍ ରହିଛି ।

ସେହିପରି ଯାଜପୁର ବ୍ଲକର ୫ ଜଣଙ୍କ ମଧ୍ୟରୁ ଜଣେ କୁଏତ୍ ଫେରନ୍ତା, ୨ ଜଣ ଦିଲ୍ଲୀ ଫେରନ୍ତା, ଜଣେ ହରିୟାଣା ଏବଂ ଅନ୍ୟ ଗୋଟିଏ ଲୋକାଲ୍ କେସ୍ ରହିଛି ।

ଅନୁରୂପ ଭାବେ ଧର୍ମଶାଳା ବ୍ଲକରୁ ନୂଆ ଚିହ୍ନଟ ତିନି ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ହରିୟାଣା ଫେରନ୍ତା ରହିଥିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ପ୍ରକାଶ ।

ଏଥି ସହିତ ଆଜି ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୩୬୦ରେ ପହଂଚିଛି । ଆଜି ସୁସ୍ଥ ହୋଇଥିବା ୯ ଜଣଙ୍କ ମଧ୍ୟରେ ଯାଜପୁର ବ୍ଲକରୁ ୩, ବରୀ ବ୍ଲକରୁ ୩, ଦଶରଥପୁର ବ୍ଲକରୁ ୨, ବିଞ୍ଝାରପୁର ବ୍ଲକରୁ ଜଣେ ରହିଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ୍ ୧୨୬ ସକ୍ରିୟ ମାମଲା ରହିଛି ।