ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା

FMODIA.IN 12-02-2020
kalas yatra in bari bodua panchayat

ଯାଜପୁର ବରୀରୁ ସ୍ନେହାଂଶୁ ଶେଖର ମହାନ୍ତ- ବରୀ ବ୍ଲକ ଅଧିନ ବୋଦୁଅ ପଂଚାୟତର ଏରଡା ଗ୍ରାମରେ ସପ୍ନେଶ୍ୱର ମହାଦେବ, ଶ୍ରୀଶ୍ରୀ ରାଧାକୃଷ୍ଣ ଜିୟୁ ଓ ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳୁ ତନ୍ତ୍ରୀଘାଇ ନଦୀରୁ ଶତାଧିକ ଶ୍ରଦ୍ଧାଳୁ କଳସରେ ପାଣି ଉଠାଇ ମନ୍ଦିର ପର୍ଯ୍ୟନ୍ତ ଏକ ଆଧ୍ୟତ୍ମକ ଚିନ୍ତା ଓ ଚେତନାରେ ବିଭୋର ହୋଇ ପହଂଚି ଥିଲେ । ପରେ ରୀତିନୀତି ଅନୁଯାଇ ପୂଜା ପାଠ କରାଯାଇ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ପରିବାରଙ୍କ ବାସ ଗୃହ ସମ୍ମୁଖରେ କଳସ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି । ଏନେଇ ଏରଡା ଗ୍ରାମ ଅଧ୍ୟାତ୍ମକ ପରିବେଷରେ ସୃଷ୍ଟି ହୋଇଛି ।