ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ବରୀ ରେ ପାଳନ ହୋଇଯାଇଛି

FMODIA.IN 23-11-2020
Nabakrushna choudhari news

ଯାଜପୁର ବରୀରୁ ସ୍ନେହାଂଶୁ ଶେଖର ମହାନ୍ତି , ବରୀ-୨୩/୧୧/୨୦ ଓଡିଶାକୁ ସମ୍ପୂର୍ଣ୍ଣ ନିଶାନିବାରଣ ଆଇନୀ ଆଣିଥିବା ତଥା ଓଡିଶାର ମାନ୍ୟବର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ଆସନ୍ତା ତା୨୩ ନଭେମ୍ବର୨୦୨୦ରିଖ ସୋମବାର ଦିନ ୩ ଘଟିକା ସମୟରେ ବରୀ ଗୋପବନ୍ଧୁ ଚୌଧୁରୀ ରମାଦେବୀ ଆଶ୍ରମରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଯାଜପୁର ଜିଲ୍ଲା ସମ୍ପଦକ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱ ପାଳନ ହୋଇଯାଇଛି କ୍ଷ ଉଦ୍ଘାଟକ ଭାବରେ ବରିଷ୍ଠ ଶିକ୍ଷକ କୁଳମଣି ଶୁକ୍ଳ ଉପସ୍ଥିତରହି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଭଗୀରଥ ଥିଲେ ନବକୃଷ୍ଣ ଚୌଧୁରୀ ମୁଖ୍ୟ ଅତିଥି ଭାବରେ ଡା. ପ୍ରବୋଦ ନନ୍ଦ ଉପସ୍ଥିତ ରହି ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ଜଣେ ମୁଖ୍ୟମନ୍ତ୍ରୀ, ମୁଖ୍ୟବକ୍ତା ଭାବରେ ନବନିର୍ମାଣ କୃଷକ ସଂଗଠନ ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗା ପ୍ରସାଦ ଦାଶ କହିଲେ ନବକୃଷ୍ଣ ଚୌଧୁରୀ ଥିଲେ ନୀତିନିଷ୍ଠ ରାଜନୀତିଜ୍ଞ, ସମ୍ମାନିତ ଅତିଥି ସମାଜସେବୀ ରାଜ ନାରାୟଣ ଜେନା ଉପସ୍ଥିତରହି ଓଡ଼ିଶାରେ ଚାଲିଥିବା ତିନୋଟି ପ୍ରଭାବଶାଳୀ ଆନ୍ଦୋଳନ --ଚାଷୀ ଆନ୍ଦୋଳନ, ନିଶା ଆନ୍ଦୋଳନ ଓ ଭାଷା ଆନ୍ଦୋଳନର ଜନକ ଥିଲେ ନବକୃଷ୍ଣ ଚୌଧୁରୀ, ଅନ୍ୟତମ ଅତିଥି ଅଜୟ ସାହୁ ନିଜ ବକ୍ତବ୍ୟରେ କହିଥିଲେ ଆତ୍ମବିଜ୍ଞାପନ ଠାରୁ ନିଜକୁ ସର୍ବଦା ଦୂରେଇ ରଖି କାମ କରୁଥିବା ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ କ୍ଷ ସ୍ୱାଗତ ଅଭିଭାଷଣ ବରୀ ଆଶ୍ରମ ପରିଚାଳିକା ସୀତା ରାଣୀ ଦେଓ ଦେଇଥିବା ବେଳେଅତିଥି ପରିଚୟ ଦେଥିଲେ ପ୍ରଶାନ୍ତ ବେଉରା ବେଳେ ପ୍ରଶାନ୍ତ ପରିଆଡ଼ି ଧନ୍ୟବାଦ ଦେଇଥିଲେ ବିବେକାନନ୍ଦ ନାଥ, ଅଜୟ ରଥ, କାନନଂ ସାମନ୍ତରାୟ ଓ ଆଶ୍ରମର ବହୁ ଅନ୍ତଵାସୀ ଉପସ୍ଥିତ ରହି ବରୀ ଅଞ୍ଚଳକୁ ନିଶା ମୁକ୍ତ କରିବାକୁ ଏକ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା