ଆଦର୍ଶ ଚିକିତ୍ସକ ସ୍ମୃତି ଉଦ୍ଦେଶ୍ୟ ରେ ଆଶ୍ୱାସନା ପକ୍ଷରୁ ରକ୍ତଦାନ ଶିବିର

FMODIA.IN 23-11-2020
Raktra dana sibira

ଯାଜପୁର ବରୀରୁ ସ୍ନେହାଂଶୁ ଶେଖର ମହାନ୍ତି ବରୀ ୨୩.୧୧.୨୦୨୦ - ଆଦର୍ଶ ଚିକିତ୍ସକ ସ୍ୱର୍ଗତ ସୁଶାନ୍ତ ମଲ୍ଲ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆଶ୍ୱାସନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆଶ୍ୱାସନା ତରଫରୁ ଆନୁଷ୍ଠାନିକ ଭାବରେ ସ୍ୱର୍ଗତ ସୁଶାନ୍ତ ମଲ୍ଲଙ୍କ କୁନି ଝିଅ କ୍ରିଷ୍ଣାକ୍ରାନ୍ତି ମଲଙ୍କ ଦ୍ଵାରା ରକ୍ତଦାନ ଶିବିର ଉଦ୍ଘାଟନ କରାଯାଇଥିଲା । ଏହି ଉଦ୍ଘାଟନ ଉତ୍ସବ ରେ ବରୀ ବିଜେଡ଼ି ସାଯୋଗକ ଦେବେନ୍ଦ୍ର ଦାସ , ସରପଞ୍ଚ କେଦାର ସାମଲ , ଅଶୋକ ସାମଲ , ଅଶୋକ କୁମାର ଦାସ, ଘନଶ୍ୟାମ ମଲ, ଅଭିରାମ ମଲ, ମନୋଜ ଦାସ, ମଧୁସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମ ରେ ୪୨ ୟୁନିଟ୍ ରକ୍ତ ସଂଗୃହିତ କରାଯାଇଥିଲା । ଏବଂ ସ୍ୱର୍ଗତ ସୁଶାନ୍ତ ମଲ୍ଲକିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଅଜାଣ ଛକ ଠାରୁ ଆରମ୍ଭ ହୋଇ ମେଦୁଆକୁଲ ସ୍ଥିତ ତାଙ୍କ ବାସଭବନ କୁ ଯାଇଥିଲା । ଉକ୍ତ ରକ୍ତ ଦାନ ଶିବିର କୁ ଆଶ୍ୱାସନା ସଭାପତି ସୁବ୍ରତ ଜେନା, ସମ୍ପାଦକ ଆଲୋକ ପରିଡ଼ା, ଶ୍ରବଣ ଦାସ, ଅମରେଶ ପରିଡ଼ା , ସମୀର ଦାସ, ସରୋଜ ପ୍ରଧାନ, ନିହାର ରଞ୍ଜନ ବେହେରା, ସନ୍ତୋଷ ଦାସ ପ୍ରମୁଖ ଉକ୍ତ ରକ୍ତଦାନ ଶିବିରକୁ ପରିଚାଳନା ରେ ସହଯୋଗ କରିଥିଲେ।