ନିମ୍ନମାନର ଖାଦ୍ୟ ପାଇଁ ସଂଗରୋଧ କେନ୍ଦ୍ରରେ ହୋ ହାଲା

FMODIA.IN 29-06-2020
Sangharodha kendrarare hatagola

ଯାଜପୁର ବରୀ ସ୍ନେହାଂଶୁ ଶେଖର ମହାନ୍ତି

ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ କଳାମାଟିଆ ପଂଚାୟତ କାଇପଡା ଉଚ୍ଚ ବିଦ୍ୟାଳୟର ସଂଗରୋଧ କେନ୍ଦ୍ର ନିମ୍ନମାନର ଖାଦ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସଂଗରୋଧରେ ରହୁଥିବା ଅନ୍ତବାସୀମାନଙ୍କୁ ସକାଳ ଖାଦ୍ୟକୁ ନଖାଇ ବରୀ କଳାମାଟିଆ ମୁଖ୍ୟ ରାସ୍ତାରେ ରଖି ପ୍ରତିବାଦ୍ କରୁଥିବା ଖବର ପାଇ ବରୀ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରି ଖାଦ୍ୟ ଖାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଖାଦ୍ୟ ଗ୍ରହଣ କରି ନଥିଲେ । ଅଭିଯୋଗ ଅନୁଯାଇ ପଂଚାୟତରେ ହୋଇଥିବା ସମସ୍ତ କେନ୍ଦ୍ରରେ ଖାଦ୍ୟ,ପାନୀୟ ଜଳ ଓ ସେମାନଙ୍କୁ ଦିଆଯାଉଥିବା କିଟ୍ସ ଅତ୍ୟନ୍ତ ନିମ୍ନମାନର ବୋଲି ଅନ୍ତବାସୀ କହିଛନ୍ତି । ଏ ସଂକ୍ରାନ୍ତରେ ବ୍ଲକ ପ୍ରଶାସନ ନିକଟରେ ବାରମ୍ଭାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନର ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଶାରେ ଗତ କାଲିଠାରୁ ସଂଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତବାସୀମାନେ ଖାଦ୍ୟ ଖାଇ ନଥିବା ଜଣାପଡିଛି । ଏସଂକ୍ରାନ୍ତରେ ବରୀ ଭାରପ୍ରାପ୍ତ ବିଡିଓ ଶାଶ୍ୱତ କୁମାର ଜେନାଙ୍କୁ ପଚାରିବାରୁ ସେ କୁହନ୍ତି ଆମ ପାଖରେ ଏ ବିଷୟରେ କୈାଣସି ଖବର ନାହିଁ । ଅଭିଯୋଗ ଯଦି ସତ୍ୟାସତ୍ୟ ଥାଏ ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରପକ୍ଷେ କଳାମାଟିଆ ସରପଂଚ ସମିର ମଲ୍ଲିକ କୁହନ୍ତି ସରକାରୀ ନିୟମ ଅନୁଶାରେ ଅନ୍ତବାସୀ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଅଭିଯୋଗକାରୀ ମତେ ବଦନାମ କରିବା ପାଇଁ ଏଭଳି ଅଭିଯୋଗ କରୁଛନ୍ତି ।