କରୋନା ଯୋଦ୍ଧା ସାଜିଥିବା ହୋମଗାର୍ଡ ଓ ଗ୍ରାମରକ୍ଷୀଙ୍କୁ ସହାୟତା କଲେ ବିଜେପି ନେତା

FMODIA.IN 23-05-2020
The BJP leader assisted the home guards and village guards dressed as Karona warriors

ସ୍ନେହାଂଶୁ ଶେଖର ମହାନ୍ତି / ବରୀ

(FMODIA.IN) - କରୋନା ଯୋଦ୍ଧା ସାଜିଥିବା ବରୀ ବ୍ଲକର ହୋମଗାର୍ଡ ଓ ଗ୍ରାମରକ୍ଷୀ ମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ । ଆଜି ଅପରାହ୍ନରେ ଅଲିପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ବିଶ୍ୱରଞ୍ଜନ ଉପସ୍ଥିତ ହୋଇ ୩୫ ଜଣ ଗ୍ରାମରକ୍ଷୀ ଓ ୧୨ ଜଣ ହୋମଗାର୍ଡଙ୍କୁ ସମ୍ମାନୀତ କରିବା ସହିତ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଏହି ସମୟରେ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମାଙ୍କ ସହିତ ଅଲିପୁର ସରପଂଚ ବିରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏମାନଙ୍କୁ ସମ୍ମାନୀତ କରିବା ସମୟରେ ବିଶ୍ୱରଞ୍ଜନ କହିଥିଲେ ଆପଣମାନେ ହେଲେ ପ୍ରକୃତ ଯୋଦ୍ଧା । ଆପଣମାନେ ଦିନରାତି ଏକ କରି କରୋନା ମହାମାରୀ ସମୟରେ ଆମ ବରୀବାସୀଙ୍କୁ ସୁରକ୍ଷିତ ରଖିଛନ୍ତି । ଆପଣମାନଙ୍କ ଅହରହ ଉଦ୍ୟମ ପାଇଁ ବରୀବାସୀଙ୍କ ମଥା ଆପଣ ମାନଙ୍କ ନିକଟରେ ନଇଁ ଯାଉଛି । ବରୀ ପୁଲିସର ଏହି ୪୭ ଜଣ କର୍ମଚାରୀ ବିଶ୍ୱରଞ୍ଜନଙ୍କୁ ସାଧୂବାଦ ଜଣାଇଥିଲେ ।