ମୁଣ୍ଡିଗଡ ଠାରେ ପ୍ରବାସୀ ଓଡିଆଙ୍କ ବସ ଦୁର୍ଘଟଣା : ୩ ଗୁରୁତର ୧୦ ଆହତ

FMODIA.IN 26-05-2020
BUS ACCIDENT NEWS FROM PHULBANI

କନ୍ଧମାଳ,୨୬ ମଇ : ଗତ କାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅଂଚଳର କିନାରିପଡା ଠାରେ ପ୍ରବାସୀ ଓଡିଆଙ୍କୁ ନେଇ ଫେରୁଥିବା ଏକ ବସର ଦୁର୍ଘଟଣା ଘଟିଛି । ଏଥିରେ ବସରେ ଥିବା ଓଡିଆ ମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଭାବରେ ଆହତ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି ।
ସୁଚନା ଅନୁସାରେ ଗୋଆରୁ ଭବାନୀପାଟଣାକୁ ଟ୍ରେନ ଯୋଗେ ଆସିଥିବା ୪୯ ଓଡିଆଙ୍କୁ ନେଇ ଗଞ୍ଜାମ ଅଭିମୁଖେ ଆସୁଥିବା ବସଟି ବିପରୀତ ଦିଗରୁ ଆସୁଥିବା ଏକ ମାଲବାସୀ ଟ୍ରକ ସହିତ ମୁହାମୁହିଁ ହୋଇଥିଲା ଫଲରେ ସେଥିରେ ଥିବା ୩ ଜଣ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଥିବାବେଳେ ଅନ୍ୟ ୧୦ ଜଣ ଆହତ ହୋଇଥିଲେ । ତୁମୁଡିବନ୍ଧ ଥାନା ଅଧିକାରୀ ବାବାଶଙ୍କର ଶରାଫ ସଦଳବଳେ ସେଠାରେ ପହଂଚି ସେମାନଙ୍କୁ ଉଦ୍ଧାର କରି ତୁମୁଡିବନ୍ଧ ଚିକିସାଳରେ ଭର୍ତି କରାଇଥିଲେ । ଗୁରୁତରମାନଙ୍କୁ ପ୍ରାଥମିକ ଚିକିସା ପରେ ଫୁଲବାଣୀ ମୁଖ୍ୟ ଚିକିସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତମାନଙ୍କୁ ଚିକିସା ପରେ ସେଠାରେ ଥିବା କ୍ୱାରେଂଟାଇନ ରଖାଯିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ଦିଆଯାଇଛି । ବାଲିଗୁଡା ଉପଖଣ୍ଡ ପୋଲିସ ଅଧିକାରୀ ମାନଓ ରଞ୍ଜନ ବାରିକ ସେଠାରେ ପହଂଚି ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ ।