BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେରେନା ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଘରକୁ ଯିବାକୁ କରାଗଲା ସ୍ୱତନ୍ତ୍ର ଟୋକନ ବ୍ୟବସ୍ଥା

FMODIA.IN 25-03-2020
HOSTEL STUDENT NEWS

କନ୍ଧମାଳ, 25 ମାର୍ଚ୍ଚ : ସରା ରାଜ୍ୟରେ ଏବେ କେରୋନା ଆତଙ୍କ । ଏହି କୋଭିଡ୍ ୧୯ ବା କେରୋନା କୁ ନେଇ ରାଜ୍ୟ ର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ମୁଖ୍ୟାଳୟ ଯାଏ ସବୁଠି ୧୪୪ ଧାରା ବଳବତର ରହିଛି । ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରୁ ଆରମ୍ଭ କରି ସମସ୍ତ ବ୍ଲକ ମୁଖ୍ୟାଳୟ ଯାଏ ସବୁ ସହର ବଜାର ଏବେ ଜନଶୂନ୍ୟ ହୋଇ ପଡିଛି । ପୋଲିସ ଓ ପ୍ରଶାସନ ମିଶି ଦିନରାତି ଏହି କେରୋନା ରୁ ଲୋକ ଙ୍କୁ ରକ୍ଷା କରିବା ପାଇଁ ନିଜନିଜ ର କାର୍ଯ୍ୟକ୍ରମ ଓ ସଚେତନତା ଜାରି ରଖିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଲକ ଡାଉନକୁ ମଧ୍ୟ ଅନେକ ଜାଗାରେ କଡାକଡି ଭାବରେ ପାଳନ କରାଯାଉଛି । ଏହି ସବୁ ଦୃଶ୍ୟ କନ୍ଧମାଳ ଜିଲ୍ଲା ର ଦ୍ୱିତୀୟ ବୃହତମ ବ୍ଲକ ଫିରିଙ୍ଗିଆ ରେ ମଧ୍ୟ ଦେଖିବାକୁ ମିଳିଛି । ସହର ରେ କିଛି ଔଷଧ ଦେକାନ, ଡାଲିଚାଉଳ ଦେକାନ ଓ ପନିପରିବା ଦେକାନ କୁ ଛାଡିଦେଲେ ସମସ୍ତ ଦୋକାନ ବଜାର ସହ ମଙ୍ଗଳବାର ବସୁଥିବା ସପ୍ତାହିକ ହାଟ ମଧ୍ୟ ବନ୍ଦ ରହିଛି । ଏହାସହ ଗାଡି ମୋଟର ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିବାରୁ କିଛିଦିନ ହେଲା ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଲାଣି । ତେବେ କୋରେନା ଭୟରେ ରାଜ୍ୟ ଗଣଶିକ୍ଷା ବିଭାଗର ନିଦେ୍ର୍ଧଶ ଅନୁସାରେ ଫିରିଙ୍ଗିଆ ବ୍ଲକ ଅଂଚଳରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ଛାତ୍ର ଓ ଛାତ୍ରି ନିବାସ ମାନଙ୍କରେ ରହି ପାଠପଢୁଥିବା ସତାଧିକ ଛାତ୍ରଛାତ୍ରି ହଷ୍ଟେଲ ଛାଡିଛନ୍ତି । ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ବ୍ଲକର ସବୁଠୁବଡ ବାଳିକା ଆଶ୍ରମ ବିଦ୍ୟାଳୟ ନେଡିପଦର ବାଳିକା ବିଦ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକରେ ଥିବା ସମୁଦାୟ ୧୪ ଟି ଆଦିବାସୀ ଉନ୍ନୟନ ବିଭାଗ ଆଶ୍ରମ ଏବେ ସମ୍ପୃର୍ଣ ଖାଲି ହୋଇ ପଡିଛି । ତେବେ ସରକାରଙ୍କ ନିଦେ୍ର୍ଧଶ ନାମା ଅନୁସାରେ ସ୍କୁଲ କର୍ତୁପକ୍ଷ ଛାତ୍ରଛାତ୍ରି ମାନଙ୍କ ଅଭିଭାବକ ମାନଙ୍କୁ ଯୋଗାଯୋଗ କରି ସରକାରୀ ନିୟମ ଅନୁସାରେ ପ୍ରତ୍ୱେକ ଛାତ୍ର ଙ୍କୁ ଆଗାମି ତିନିମାସର ମେସ ଖର୍ଚ୍ଚ ୨୨୫୦ ଓ ଛାତ୍ରୀ ମାନଙ୍କୁ ୨୪୦୦ ଟଙ୍କା ଲେଖାଏଁ ନିଜନିଜ ଅଭିଭାକ ମାନଙ୍କ ଉପସ୍ତିତିରେ ପ୍ରଦାନ କରି ହଷ୍ଟେଲ ରୁ ଛାତ୍ରଛାତ୍ରି ମାନଙ୍କୁ ହସ୍ତାନ୍ତର କରାଯାଇଛି । ଗାଟେ ପଟେ କରୋନା ଭୟରେ ଛାତ୍ରଛାତ୍ରି ମାନଙ୍କୁ ହଷ୍ଟେଲ ଛାଡିବାକୁ ପଡିଥିବା ବେଳେ ଅନ୍ୟପଟେ ବହୁ ଦୁରଦୁରାନ୍ତରରୁ ଛାତ୍ରଛାତ୍ରି ମାନଙ୍କୁ ନବା ପାଇଁ ଆସିଥିବା ଅଭିଭାବକ ମାନଙ୍କୁ ଗାଡି ମଟର ଚଳାଚଳ ଠପ ହୋଇ ଯାଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଅନ୍ୟପଟେ ଜେ ଜାହାର ସୁବିଧା କରି ବହୁ କଷ୍ଟରେ ନିଜନିଜ ର ପୁଆ ଝିଅ ମାନଙ୍କୁ ଘରକୁ ନେଇ ଯାଇଛନ୍ତି । ତେବେ ଗାଡି ଚଳାଚଳ ପାଇଁ ଛାତ୍ରଛାତ୍ରି ମାନଙ୍କୁ ଓ ଅଭିଭାକ ମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା କଥା ଫିରିଙ୍ଗିଆ ବ୍ଲକ ରେ କାର୍ଯ୍ୟରତ ଗଣ ମାଧ୍ୟମ ପ୍ରରତିନିଧି । ସୁବ୍ରତ କୁମରା ମହାନ୍ତି, ବରିଷ୍ଟ ସାମ୍ବାଦିକ ମହାଦେବ ସାହୁ, ମନୋଜ ସାହୁ, ଉତମ ଖମାରି ପ୍ରମୁଖ ସ୍ତାନିୟ ଗୋଷ୍ଟିଉନ୍ନୟନ ଅଧିକାରୀ ଶ୍ରୀ ରଶ୍ମିରଞନ ମହନ୍ତ ଙ୍କୁ ଜଣାଇବା ପରେ ବିଡିଓ ତପ୍ତରତା ଦେଖାଇ ଥିଲେ । ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ କଥା କୁ ସମ୍ମାନ ଜଣାଇ ସଙ୍ଗେସଙ୍ଗେ ବିଭିନ୍ନ ସ୍କୁଲ ନିଜେ ପରିଦର୍ଶନ କରିବା ସହ ସ୍ତାନୀୟ ଫିରିଙ୍ଗିଆ ଥାନା ଅଧିକାରୀ ଶ୍ରୀ ପି ଶ୍ୟାମ ସୁନ୍ଦର ରାଓ ଙ୍କ ସାଙ୍ଗରେ କଥା ହୋଇଥିଲେ । ଏହାପରେ ପ୍ରତ୍ୱେକ ଆଶ୍ରମ ବିଦ୍ୟାଳୟ ମାନଙ୍କୁ ଛାତ୍ରଛାତ୍ରି ମାନଙ୍କୁ ନବା ପାଇଁ ଆସୁଥିବା ଅଭିଭାବକ ମାନଙ୍କ ପାଇଁ ସ୍ୱତନ୍ତ୍ର ଟୋକନ ବ୍ୟବସ୍ତା ଓ ଛାତ୍ରଛାତ୍ରି ମାନେ ଇଉନିପଫ୍ରମ ପିନ୍ଧି ଘରକୁ ଜିବା ପାଇଁ ବ୍ୟବସ୍ତା କରାଯାଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରି ଓ ଅଭିଭାବକ ମାନେ ଯାଉଥିବା ଅଟୋକିମ୍ବା ବାଇକ କୁ ଛାଡି ଦେବା ପାଇଁ ଖୋଦ ବିଡିଓ ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ । ଏହା ପରେ କିଛି ମାତ୍ରା ରେ ଛାତ୍ରଛାତ୍ରି ମାନଙ୍କ ଘରବାହୁଡା କିଛି ମାତ୍ରା ରେ ସ୍ୱଭାବିକ ହୋଇଥିଲାା ତେବେ ବିଡିଓ ଙ୍କ ଏଭଳି କାର୍ଯ୍ୟକୁ ଏବେ ସାରା ଫିରିଙ୍ଗିଆ ଅନଚଳରେ ସ୍ୱାଗତ କରାଯାଇଛି । ଟୋକନ ବ୍ୟବସ୍ତା ଓ ଛାତ୍ରଛାତ୍ରି ମାନେ ଇଉନିପଫ୍ରମ ପିନ୍ଧି ଘରକୁ ଜିବା ପାଇଁ ବ୍ୟବସ୍ତା କରାଯାଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରି ଓ ଅଭିଭାବକ ମାନେ ଯାଉଥିବା ଅଟୋକିମ୍ବା ବାଇକ କୁ ଛାଡି ଦେବା ପାଇଁ ଖୋଦ ବିଡିଓ ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ । ଏହା ପରେ କିଛି ମାତ୍ରା ରେ ଛାତ୍ରଛାତ୍ରି ମାନଙ୍କ ଘରବାହୁଡା କିଛି ମାତ୍ରା ରେ ସ୍ୱଭାବିକ ହୋଇଥିଲାା ତେବେ ବିଡିଓ ଙ୍କ ଏଭଳି କାର୍ଯ୍ୟକୁ ଏବେ ସାରା ଫିରିଙ୍ଗିଆ ଅନଚଳରେ ସ୍ୱାଗତ କରାଯାଇଛି । ଟୋକନ ବ୍ୟବସ୍ତା ଓ ଛାତ୍ରଛାତ୍ରି ମାନେ ଇଉନିପଫ୍ରମ ପିନ୍ଧି ଘରକୁ ଜିବା ପାଇଁ ବ୍ୟବସ୍ତା କରାଯାଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରି ଓ ଅଭିଭାବକ ମାନେ ଯାଉଥିବା ଅଟୋକିମ୍ବା ବାଇକ କୁ ଛାଡି ଦେବା ପାଇଁ ଖୋଦ ବିଡିଓ ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ । ଏହା ପରେ କିଛି ମାତ୍ରା ରେ ଛାତ୍ରଛାତ୍ରି ମାନଙ୍କ ଘରବାହୁଡା କିଛି ମାତ୍ରା ରେ ସ୍ୱଭାବିକ ହୋଇଥିଲା । ତେବେ ବିଡିଓ ଙ୍କ ଏଭଳି କାର୍ଯ୍ୟକୁ ଏବେ ସାରା ଫିରିଙ୍ଗିଆ ଅନଚଳରେ ସ୍ୱାଗତ କରାଯାଇଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in