ନିୟମ ଉଲଙ୍ଘନ କାରୀଙ୍କ ବିରୁଦ୍ଧରେ ପୋଲିସର ଅଭିନବ ପଦକ୍ଷେପ

FMODIA.IN 25-03-2020
Innovative police action against lawbreakers in Kandhamala

କନ୍ଧମାଳ, ୨୫ ମାର୍ଚ୍ଚ - କରୋନାର ଭୟାଭୟତାକୁ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରୀ କରିବାସହ ଲକଡାଉନ୍ ବି ଜାରୀ କରିଛି. ହେଲେ ବିନା କାରଣରେ ଘରୁ ପଦାକୁ ବାହାରି ରାସ୍ତାରେ ବୁଲୁଥିବାରୁ ତୁମୁଡିବନ୍ଧ ପୋଲିସ ଏମାନଙ୍କୁ ଧରିଛି. ଆଉ ସେମାନଙ୍କ ହାତରେ ପୋଷ୍ଟର ଧରାଇଛି. ପୋଷ୍ଟରରେ ଲେଖାଯାଇଛି ଯେ, ମୁଁ ଗୋଟିଏ ସ୍ୱାର୍ଥପର, ମୁଁ ବୁଲିବା ଚକ୍କରରେ ସମାଜକୁ ବିପଦକୁ ଠେଲି ଦେଇପାରେ, ଏଥିପାଇଁ ମୁଁ ଅନୁତପ୍ତ ବି ନୁହେଁ ବୋଲି ଲେଖାଥିଲା. ଫଳରେ ଏମାନେ ଲଜ୍ଜିତ ହେବେ ଆଉ ଆଗାମୀ ଦିନରେ ବିନା କାରଣରେ ଘରୁ ଆଉ ପଦାକୁ ବାହାରିବେ ନାହିଁ. ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିଲେ ମଧ୍ୟ ଲୋକେ ଘରେ ନରହି ବିନା କାରଣରେ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି(ହି.ସ.)