BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଳ ଲକ୍ ଡାଉନ୍, ରାସ୍ତାଘାଟ ଶୁନ୍ ଶାନ୍, ଲୋକଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ

FMODIA.IN 25-03-2020
Kandhamala lockdown begins

କନ୍ଧମାଳ, ୨୫ ମାର୍ଚ୍ଚ - ଗତ ମଙ୍ଗଳବାର ୧୭ ତାରିଖ ଦିନ କରୋନା ର ଭୟାଭୟତାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଘରେ ରହିବାଲାଗି ପରାମର୍ଶ ଦେଇ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରୀ କରିଥିଲା. ଅଜଥା ଘରୁ ବାହାରି ବଜାର ଘାଟରେ ରାସ୍ତାରେ ଗହଳି ନକହିବା ଉପରେ କଟକଣା ବି ଜାରୀ କରିଥିଲା. ତେବେ, ଗତକାଲିଠୁ ପୁଣି ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଘୋଷଣା କରିଛନ୍ତି. ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତି ବାରଟାରୁ ଲକଡାଉନ୍ ଘୋଷଣା କରି ବୁଧବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଜଗି ରହି ରୋଡ ବ୍ଲକ କରି ଗାଡିମଟର ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛି. ଗାଡିମଟରରେ ଯିବା ଆସିବା ଲାଗି ସଂପୂର୍ଣ୍ଣ ବାରଣ କରିଛି ଲୋକଙ୍କୁ. ସକାଳ ୭ଟାରୁ ୧୧ଟା ଯାଏଁ କେବଳ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର, ରେସନ ଦୋକାନ, ପନିପରୀବା, ମାଛ, ମାଂସ, ଅଣ୍ଡା, କ୍ଷୀର, ମେଡିସିନ ଦୋକାନ କେବଳ କିଛି କିଛି ଖୋଲିବା ଲାଗି ପରାମର୍ଶ ଦେଇଛି. ସେଠାରେ ବି ହେଣ୍ଡ ସାନିଟାଇଜର ବ୍ୟବସ୍ଥା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ମଧ୍ୟ ପରାମର୍ଶ ଦେଇଛି. ଯଦି ଏହା କେହି ନମାନିବେ ଅଜଥା ଘରୁ ଗାଡି ଓ ଗୋଡ କାଢି ବୁଲିବେ ତେବେ ସେମାନଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁ ାନ ବୋଲି କନ୍ଧମାଳ ଏସପି ପ୍ରତୀକ ସିଂ କହିଛନ୍ତି. ପୋଲିସ କର୍ମଚାରୀଙ୍କ ଜନସାଧାରଣ ସହଯୋଗ କରିବାଲାଗି ପରାମର୍ଶ ଦେଇଛନ୍ତି ସେ. ଅଧିକା ସମୟ ଘରେ ପରିବାର ସହ ସମୟ କାଟିବାଲାଗି ପରାମର୍ଶ ଦେଇଛନ୍ତି କନ୍ଧମାଳ ଏସପି.

ସେହିପରି ସମଗ୍ର କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ପୋଲିସ, ଜିଲ୍ଲା ପ୍ରଶାସନ ସତର୍କ ନଜର ରଖିଛି. କରୋନାକୁ ପ୍ରତିହତ କରିବାଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ପ୍ରଶାସନ କହିଛି. ଘରେ ସୁରକ୍ଷିତ ରୁହନ୍ତୁ ଆଉ ସୁସ୍ଥ ରୁହନ୍ତୁ ବୋଲି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପରାମର୍ଶ ଦେଇଛି. ତେବେ, ୧୪୪ ଧାରା ଓ ଲକଡାଉନ୍ କୁ ମାନୁନଥିବା କିଛି ଆଇନ ଉଲଙ୍ଘନକାରୀଙ୍କୁ ଏଯାଏଁ ୫୦ଜଣ ଲୋକଙ୍କ ନାଁରେ ଫୁଲବାଣୀ ଟାଉନ ଥାନା ସମେତ ଜିଲ୍ଲାର ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, ଫିରିଙ୍ଗିଆ, ଗୋଚ୍ଛାପଡା ସଦର ଆଦି ଥାନାରେ ମାମଲା ରୁଜୁ କରାଯାଇଛି. ଫୁଲବାଣୀ ଟାଉନ ଥାନାରେ ସର୍ବାଧିକ ପାଖାପାଖି ୨୦ଜଣଙ୍କ ନାଁରେ ଏଯାଏଁ ମାମଲା ରୁଜୁ କରିଛି ପୋଲିସ. ପ୍ରଶାସନର ନିୟମ ଉଲଙ୍ଘନ ନକରିବାକୁ ପରାମର୍ଶ ଦେଇଛି ପୋଲିସ. କରୋନା ରୋଗୀଙ୍କ ପାଇଁ ଆଇସୋଲେସନରେ ରଖିବା ଲାଗି ଜିଲ୍ଲାର ୧୭୨ ପଂଚାୟତ ସମେତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋ ୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବେଡ୍, ସାନିଟାଇଜର, ବିଦୁ୍ୟତ, ପାନୀୟଜଳ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ପଂଚାୟତ କର୍ମଚାରୀ ଓ ନୋଡାଲ ଅଫିସରଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି. ପ୍ରତି ବ୍ଲକର ବିଡିଓ ମାନଙ୍କୁ ମାଜିଷ୍ଟେ୍ରଟ ପାୱାର ପ୍ରଦାନ କରିବାହ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି. ଜିଲ୍ଲାସ୍ତରରେ ଜିଲ୍ଲା ଏମରଜେନ୍ସି ଅଫିସରଙ୍କ ନେତୃତ୍ୱରେ ଏକ ଜିଲ୍ଲାସ୍ତରୀୟ କଂଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି. ୨୪ / ୭ ରେ ଏହା କାର୍ଯ୍ୟ କରୁଛି. ଦେଶ ଓ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସତର୍କ ଦୃଷ୍ଟି ରଖାଯାଇଛି. ମାଓ ପ୍ରବଣ ଗାଁ ସମେତ ବିଭିନ୍ନ ବ୍ଲକ ଅଂଚଳରେ ବୁଲି ବୁଲି କରୋନା ସଂକ୍ରମଣ ସଚେତନତା ସୃଷ୍ଟି କରୁଛନ୍ତି ଖୋଦ୍ ଜିଲ୍ଲାପାଳ ଡା.ବୃନ୍ଦା ଡି. . କୋଭିଡ-୧୯ ର ସଫଳ ମୁକାବିଲା ଉଦେ୍ଧଶ୍ୟରେ ଜିଲ୍ଲା ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପ ଓ ଜିଲ୍ଲା ବାହାରୁ ଆସୁଥିବା ଲୋକମାନେ କିପରି ଘରେ ୧୪ ଦିନ ପାଇ ଆଇସୋଲେସନରେ ରହିବେ ସେନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ଜିଲ୍ଲାପାଳ. ବାରମ୍ବାର ହାତ ଧୋଇବା, ଘରେ ଯଦି କାହାକୁ ଥଣ୍ଡା, କାଶ କିମ୍ବା ଜ୍ୱର ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ଦେବା, ଘରକୁ ସଫା ସୁତୁରା ରଖିବା,

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in