କନ୍ଧମାଳ ଜିଲ୍ଲା ପ୍ରଶାସନର ଚେତାବନୀ ବିନା କାରଣରେ ବାହରକୁ ବାହାରିଲେ ହେବ କାର୍ଯ୍ୟାନୁଷ୍ଠାନ:ଏସପି

FMODIA.IN 25-03-2020
KANDHMAL ADMINISTRATION

କନ୍ଧମାଳ,25 ମାର୍ଚ୍ଚ : ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ରାଜ୍ୟରେ ଲକଆଉଟ କୁ କନ୍ଧମାଳ ଜିଲା ପ୍ରଶାସନ ତରଫରୁ ଜିଲାରେ ଲାଗୁ କରାଯାଇଛି । ଏବେ ଘରୁ ଗାଡି କିମ୍ବା ବିନା ଜରିରୀ କାର୍ଯ୍ୟରେ ବାହାରିଲେ ହେବ କାର୍ଯ୍ୟାନୁଷ୍ଠାନ । ନିହାତି ଆବଶ୍ୟକ ଥିଲେ ହିଁ ଜରୁରୀ କାର୍ଯ୍ୟ ଦର୍ଶାଇ କିଛି ସମୟ ପାଇଁ ବାହାରି ପାରିବେ । ତାପୁଣି ଅନୁମତି ନେଇ । କେବଳ ମେଡିକାଲ ଓ ମେଡିସିନ ପାଇଁ ହିଁ ପଦାକୁ ଆସିବେ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ମଧ୍ୟ କିଣିବା ପାଇଁ ସକାଳୁ ହିଁ ଆସିପାରିବେ । ସକାଳ ୧୦ଟା ଯାଏଁ ହିଁ ପନିପରୀବା , ରାସନ, କ୍ଷୀର, ମାଛ, ମାଂସ କିଣି ନେଇ ଘରକୁ ଯିବେ । ତାପରେ ସବୁ ବନ୍ଦ । ଅଯଥା ବୁଲିଲେ ହେବ କାର୍ଯ୍ୟାନୁଷ୍ଠାନ । ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ । ଗତ ୧୭ରୁ ସମଗ୍ର କନ୍ଧମାଳ ଜିଲ୍ଲାରେ କରୋନା କୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଥିଲା ପ୍ରଶାସନ ବୋଲି ଲୋକେ ଏତେଟା ଶୁଣିଲେନି । ଦୋକାନ ବଜାର ମଧ୍ୟ ଲୁଚାଇକି ଖୋଲିଲେ । ଆଗରେ ତାଲା ପଛରେ ମେଲା କରି ଚଳାଇଛନ୍ତି ବ୍ୟବସାୟ । ଫଳରେ ଲୋକେ ବାହାରକୁ ଆସି ଗହଳି କରୁଛନ୍ତି । ପୋଲିସ ଅଭିଯୋଗ ପାଇ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୦ରୁ ଉଦ୍ଧ୍ୱର୍ ଜଣଙ୍କୁ ଗିରଫ କରିଛି । ଏମାନେ ସବୁ ପ୍ରଶାସନର ୧୪୪ ଧାରା ଅବମାନନା କରିବା ଫଳରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୋଲିସ କହିଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ବ୍ୟାପକ ସଚେତନତା କରାଯାଉଥିଲେ ମଧ୍ୟ ଲୋକେ ଘରେ ନରହି କାମ ବାହାନାରେ ପଦାକୁ ଆସିବା ଫଳରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ । ସହରଠୁ ଗାଁ ଯାଏଁ ସମସ୍ତଙ୍କୁ ଦୀର୍ଘଦିନ ଧରି ସଚେତନ କରାଯାଉଥିଲେ ମଧ୍ୟ ଲୋକେ ଜାଣିଶୁଣି ପ୍ରଶାସନର ନିଦେ୍ର୍ଧଶକୁ ମାନୁନଥିବାରୁ ପ୍ରଶାସନ ଆଜିଠୁ କଡା ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ସରକାର ଆଜିଠୁ ଲକ୍ ଡାଉନ ଘୋଷଣା କରିଛନ୍ତି । ଗାଡିମଟର ଚଳାଚଳ ମଧ୍ୟ ବନ୍ଦ ରହିଥିବା ବେଳେ ସହରରେ କିମ୍ବା ଜିଲ୍ଲା ମଧ୍ୟରେ ଗାଡି ଚଳାଚଳ ଉପରେ କଟକଣା ଲାଗିଛି । ଗାଡି ଚଳାଇବାକୁ ହେଲେ ପୋଲିସ ବା ନିକଟସ୍ଥ ଥାନାରୁ ପାସ ଆଣି ଗାଡି ବାହାର କରିବାକୁ ପଡିବ । ନଚେତ୍ ପୋଲିସ ଗାଡି ଜବତ କରିବାସହ ଗିରଫ କରିବ । ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ଲାଗି ପ୍ରଶାସନ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି ଆଜି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଏକ ବିବୃତି ଜାରୀ କରିଛନ୍ତି ।