ଝିଅ ପାଇଁ ବହି ଆଣିବାକୁ ଯାଇ ମା’ର ଦୁର୍ଘଟଣାରେ ମୃତ୍ୟୁ

FMODIA.IN 26-05-2020
Mother's accident when she went to fetch books for her daughter

କନ୍ଧମାଳ,୨୬ ମଇ : କନ୍ଧମାଳ ଜିଲା ଜି.ଉଦୟଗିରି ଅଂଚଳରେ ଝିଅ ପାଇଁ ବହି ଆଣିବାକୁ ଯାଇଥିବାବେଳେର ସଡକ ଦୁର୍ଘଟଣାରେ ଜଣେ ମାର ମୃତୁ୍ୟ ହୋଥିବେଳେ ଗୁର୍ଘଟଣା ଗ୍ରସ୍ତ ବାଇକର ଚାଳକ ଫେରାର ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ପେନାଲା ଗ୍ରାମର ଅସିତ ପ୍ରଧାନଙ୍କ ସ୍ତ୍ରୀ ମେନକା ପ୍ରଧାନ(୩୫) ରାଇକିଆ କନ୍ୟାଶ୍ରମରେ ତାଙ୍କର ଦୁଇ ଝିଅ ଅଞ୍ଜଳି ଏବଂ ହରପି୍ରୟା ପାଇଁ ବହି ଆଣିବାପାଇଁ ଏକ ସିବିଜେଡ ବାଇକ ଓଆର-୧୨ ବି ୩୪୭୯ ଯୋଗେ ଯାଇଥିଲେ । ସେ ବହି ଧରି ଫେରିବାବେଳକୁ ଗୁତୁଗୁଡା ବୁଲାଣି ରାସ୍ତାରେ ବାଇକଟି ଭାରସାମ୍ୟ ହରାଇବାରୁ ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମେନକାଙ୍କର ମୃତୁ୍ୟ ଘଟିଛି । ସେଠାରେ ତାଙ୍କର ମୃତୁ୍ୟ ଘଟିଥିବା ଜାଣିବାପରେ ବାଇକ ଚାଳକ ସେଠାରୁ ପ୍ରାୟ ୨ ଶହ ମିଟର ଦୁରରେ ବାଇକଟିକୁ ଫିଙ୍ଗିଦେଇ ସେଠାରୁ ଫେରାର ହୋଇଯାଇଛି । ଖବର ପାଇବାପରେ ଜି.ଉଦୟଗିରି ଥାନା ଅଧିକାରୀ ଧିରଜ କୁମାର ଲେଙ୍କା ସଦଳବଳେ ସେଠାରେ ପହଂଚି ଖୋଜାଖୋଜି କରିବାପରେ ବାଇକ ଟିକୁ ଉଦ୍ଧାର କରିବାସହିତ ଏକ ମାମଲା ୪୦/୨୦ ଓ ଦଫା ୨୭୯ ଓ ୩୦୪ ରୁଜ୍ଜୁ କରିବାସହିତ ଫେରାର ବାଇକ ଚାଳକକୁ ଗିରଫ କରିଛି । ସେ ମଧ୍ୟ ଆହତ ହୋଇଥିବାରୁ ତାର ଚିକିସା କରାଯାଉଥିବା ଜଣାପଡିଛି ।