ସାରଙ୍ଗଡ ସଙ୍ଗରୋଧ କେନ୍ଦ୍ରରେ୨୧ ଦିନ କ୍ୱାରେଂଟାଇନ ପରେ ୨୦୪ ଜଣ ନିଜ ଘରକୁ ଫେରିଲେ

FMODIA.IN 26-05-2020
RETURNED FROM QUARENTINE

କନ୍ଧମାଳ,୨୬ ମଇ : ଦୀର୍ଘ ୨୧ ଦିନ ସାରଙ୍ଗଡ ପଂଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ୨୦୪ ଜଣ ପ୍ରବାସୀ ଓଡିଆ ନିଜ ନିଜ ଘରକୁ ଫେରିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ନିଜ ନିଜ ଗ୍ରାମକୁ ବସ ଯୋଗେ ପଠାଯାଇଥିଲା । ଏହି ପ୍ରବାସୀ ଓଡିଆ ମାନେ ଲକଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିଲେ । ଏମାନଙ୍କୁ ସ୍ୱତନ୍ତ୍ର ଟ୍ରେନ ଓ ବସ୍ ଯୋଗେ ଓଡିଶା ଅଣାଯାଇ ସେଠାରୁ ନିଜ ଜିଲ୍ଲାକୁ ଅଣାଯାଇ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସେଠାରେ ଠିକ୍ ସମୟରେ ସେମାନଙ୍କୁ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଦିଆଯାଉଥିଲା । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶ ମାନି ଏମାନେ ୨୧ ଦିନ ଧରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଯିବା ବେଳେ ପ୍ରବାସୀ ଓଡିଆ ମାନେ ସରପଂଚ ଅହଲ୍ୟା ପ୍ରଧାନ, ସମିତିସଭ୍ୟ ଜୟସେନ ପୂଜାରୀ, ନୋଡାଲ ଅଧିକାରୀ ବିରାଜ କୁମାର ସାହୁ, ରାଜନିତୀ ମଲିକ, ବିଡିଓ ମନୋଜ ତ୍ରିପାଠୀ, ତହସିଲଦାର ଏସ. ପାତ୍ର, ସାରଙ୍ଗଡ ଥାନା ଅଧିକାରୀ ଅନିତା କିଡ୍ଡୋ ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତେ ଆନ୍ତରିକତାର ସହ ସହଯୋଗ କରିଥିବାରୁ ଖୁସିବ୍ୟକ୍ତ କରିଥିବା କହିଥିଲେ ।