ଏସ୍.ବି.ଆଇ ପକ୍ଷରୁ ସହିଦ ଚନ୍ଦ୍ରକାନ୍ତଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ବିମାରାଣି ପ୍ରଦାନ

FMODIA.IN 27-06-2020
SBI GIVES INSURANCE AMMOUNT TO SAHIDS FAMILY

କନ୍ଧମାଳ,27 ଜୁନ୍ : ଦେଶ ପାଇଁ ବଳିଦାନ ଦେଇତିବା ସହିତ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପରିବାରକୁ ଆଜି ଫୁଲବାଣୀ ଏସ୍.ବି.ଆଇ ରିଜିଓନାଲ୍ ମ୍ୟାନେଜର ବିକ୍ରମ କେଶରୀ ମାନ୍ଧାଦାତା ୩୦ ଲକ୍ଷ ଟଙ୍କାର ବିମାରାଶି ପ୍ରଦାନ କରିଛନ୍ତି । ସହିଦଙ୍କ ପକ୍ଷରୁ ତାଙ୍କ ମାଆ ବିଳାସିନି ପ୍ରଧାନ ଏହି ବିମାରାଶି ଗ୍ରହଣ କରିଥିଲେ । ରାଇକିଆ ବ୍ଳକ ଅନ୍ତର୍ଗତ ବିୟରପଙ୍ଗା ଗ୍ରାମର ସହିତ ଚନ୍ଦ୍ରକାନ୍ତ ପ୍ରଧାନ ଟିକାବାଲି ବ୍ଳକ ଅନ୍ତର୍ଗତ ପାବୁରିଆ ଷ୍ଟେଟ୍ ବ୍ୟାଙ୍କ ଶାଖାର ଜଣେ ଗ୍ରାହକ ଥିଲେ । ଆଜିଏହି ବିମାରାଶି ପ୍ରଦାନ ସମୟରେ ପାବୁରିଆ ଶାଖାର ପ୍ରବନ୍ଧକ ଦେବଦତ୍ତ ଦାସ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲୋ ପ୍ରକାଶଯେ, ଏସ୍.ବି.ଆଇ ପକ୍ଷରୁ ଦେଶର ସମସ୍ତ ଖାତାଧାରି ସୌନିକ , ଅର୍ଦ୍ଧ ସୈନିକ ମାନଙ୍କ ପରିବାର ସୁରକ୍ଷା ପାଇଁ ଏସ୍.ବି.ସିଆଇ ପକ୍ଷରୁ ମାଗଣା ସୁରକ୍ଷା ବୀମା ବ୍ୟବସ୍ଥା ରହିଛି । ଏଭଳି ସ୍ଥଳେ ସହିଦ୍ ଚନ୍ଦ୍ରକାନ୍ତ ମଧ୍ୟ ଜଣେ ଏସ୍.ବି.ଆଇର ଗ୍ରାହକଥିଲେ । ସହିଦଙ୍କ ପରିବାରର ଏହି ଦୁଃଖଦ ସମୟରେ ସ୍ଥାନୀୟ ଏସ୍.ବି.ଆଇ ପ୍ରବଦ୍ଧକଙ୍କ ତରଫରୁ ତତକାଳ ପ୍ରଚେଷ୍ଟା କରାଯାଇ ବିମାରାଶିକୁଆଜି ତାଙ୍କ ଗ୍ରାମରେପହଞ୍ଚି ଏହି ଅର୍ଥ ପ୍ରଦାନ କରଯାଇଛି । ଷ୍ଟେଟ୍ ବ୍ୟାଙ୍କର ଏଭଳି ବିମାରାଶି ପ୍ରଦାନରେ ପରିବାର ସହିଦଙ୍କ ପରିବାର ପକ୍ଷରୁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଛି ଏସ୍.ବି.ଆଇକୁ ।