ଅଧିକ ସଂଖ୍ୟକ ସ୍ୱାବ ଟେଷ୍ଟ ଓ ସାନିଟାଇଜେସନ ଉପରେ ଗୁରୁତ୍ୱ

FMODIA.IN 30-06-2020

କେନ୍ଦ୍ରାପଡ଼ା,30 ଜୁନ୍ :କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ-୧୯ର ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଡ଼ାଃ ସଚିଦାନନ୍ଦ ମିଶ୍ର, ବାଃ ନୃପେନ୍ଦ୍ର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରହରି ସେଠୀ, ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ କରୋନା ସଂକ୍ରମଣର ପ୍ରଭାବ ଓ ବିଭିନ୍ନ ସଂଗରୋଧ ଶିବିର ରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ଅଲୋଚନା କରିଥିଲେ । ଏହା ସହ ଅଧିକ ସଂଖ୍ୟାରେ ସ୍ୱାବ ଟେଷ୍ଟ କରିବା ଓ ନିୟମିତ ବ୍ୟବଧାନରେ ଶିବିର ଗୁଡିକୁ ସାନିଟାଇଜ କରିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା ।