ଓକିଲ ସଂଘ ନିର୍ବାଚନ ବାତିଲ କୁ ନେଇ ଅସନ୍ତୋଷ , ବାର୍ ଗେଟ୍‌ରେ ତାଲା

FMODIA.IN 24-11-2020
Dissatisfaction with the cancellation of the Bar Association election, the Bar Gate is locked in Kendrapara

କେନ୍ଦ୍ରାପଡ଼ା,୨୪ ନଭେମ୍ବର - କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନକୁ ବାତିଲ କରାଯାଇଥିବା ଜଣା ପଡିବା ପରେ ସଂଗର ସଦସ୍ୟ ମାନଙ୍କ ମଧ୍ୟରେ ଉତେଜନା ଓ ଅସନ୍ତୋଷ ଦେଖାଇ ଦେଇଛି । ଏହାକୁ ନେଇ କେତେକ ଅସନ୍ତୋଷ ସଦସ୍ୟ ବାର୍ ଆସୋସିଏସନ ଗେଟ୍ର ମୁଖ୍ୟ ଦ୍ୱାରରେ ତାଲା ପକାଇ ପ୍ରତିବାଦ କରିଥିଲେ । ମଧ୍ୟବର୍ତୀ କାଳୀନ କମିଟି ପକ୍ଷରୁ ନିର୍ବାଚନ ବାତିଲ ପାଇଁ ୩ଟି କାରଣ ଦର୍ଶା ଯାଇଥିଲା । ଏହାକୁ ନେଇ ସଦସ୍ୟ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରାଯିବା ସହ ୧୦୦ ବର୍ଷର ପୁରୁଣା ଏହି ବାର୍ ପାଖରେ ନିର୍ବାଚନ ପରିଚାଳନା ପାଇଁ ମାତ୍ର ୫ ହଜାର ଟଙ୍କା ନଥିବା କାରଣକୁ କେତେକ ସଦସ୍ୟ ଲଜ୍ଜ୍ୟାଜନକ ଓ ଉଦେ୍ଧଶ୍ୟ ଜନକ ଭାବେ କରାଯାଇ ଥିବା ମତ ପ୍ରକାଶ କରିଛନ୍ତି । ବାର୍ ପାଖରେ ଲକ୍ଷାଧିକ ଟଙ୍କା ଗଚ୍ଛିତ ଥିବାବେଳେ ଏହାର ହିସାବ ସଦସ୍ୟ ମାନଙ୍କ ସାଧାରଣ ସଭା ଡକାଇ ଜଣାଇବାକୁ ମଧ୍ୟ ଦାବି କରାଯାଇଛି । ସୁଚନା ମୁତାବକ ଗୋଟିଏ ଦିନରେ ରାଜ୍ୟର ସମସ୍ତ ବାର୍ ର ନିର୍ବାଚନ ସାରିବାକୁ ୨୦୨୦ ମାର୍ଚ୍ଚ ମାସ ୨୭ ତାରିଖ ରାଜ୍ୟ ବାର୍ ପକ୍ଷରୁ ଘୋଷଣା କରାଯାଇ ଥିଲା । କୋଭିଡ-୧୯ କଟକଣା ଓ ସଂକ୍ରମଣ ଜନିତ ଆଶଙ୍କାକୁ ଏଡାଇବା ପାଇଁ ଏହାକୁ ନଭେମ୍ବର ମାସ ପର୍ଯ୍ୟନ୍ତ ଘୋଷଣା କରାଯାଇ ଥିଲା । ଏହି ସମୟ ମଧ୍ୟରେ ଏକ ୭ଜଣିଆ ମଧ୍ୟବର୍ତୀ କାଳିନ କମିଟି ଯେଉଁଥିରେ କି ପୂର୍ବତନ ନିର୍ବାଚିତ ସଭାପତି ମାନେ ରହି ଦିନ ସ୍ଥିର କରିବାକୁ ନିଷ୍ପତି ନିଆଯାଇ ଥିଲା । ତେବେ ଏହି ମଧ୍ୟବର୍ତୀ କାଳୀନ କମିଟି ୧୮.୧୧.୨୦୨୦ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ଓ ୨୪ ଏବଂ ୨୫ ନଭେମ୍ବର ୨୦୨୦ ରେ ମନୋନୟନ ପତ୍ର ଦାଖଲ ଓ ୨୬ ନଭେମ୍ବର ରେ ମନୋନୟନ ପତ୍ର ଯାଚଂ, ୨୭ ତାରିଖରେ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ,୨୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ତାଲିକା ପ୍ରକାଶ , ଡିସମ୍ବେର ୧୨ ତାରିଖରେ ଭୋଟ ଗ୍ରହଣ ଓ ସେହିଦିନ ଅପରାହ୍ନରେ ଭୋଟ ଗଣତି ହେବ ବୋଲି ମଧ୍ୟବର୍ତୀ କାଳୀନ କମିଟି ନିଷ୍ପତି ନେଇଥିଲେ । ତେବେ ଚଳିତ ମାସ ୨୩ ତାରିଖରେ ମଧ୍ୟବର୍ତୀ କାଳୀନ କମିଟିର ସେକ୍ରେଟେରୀ ନିର୍ବାଚନ ଅଧିକାରୀଙ୍କୁ ୫ ହଜାର ଟଙ୍କା ପାଇଁ ନିର୍ବାଚନ କୁ ସ୍ଥଗିତ ରଖିବା ପାଇଁ ସୂଚନା ଦେବା ସହ ପର୍ଯ୍ୟନ୍ତ ବର୍ତମାନ ଦାୟିତ୍ୱରେ ଥିବା କର୍ମକର୍ତା ମାନେ ଅବଶିଷ୍ଟ ଅବଧି ପୁରଣ କରିବେ ବୋଲି ସୂଚନା ଦେବାରୁ ବିବାଦର ସୂତ୍ରପାତ ଘଟିଥିଲା ।(ହି.ସ.)