ଶ୍ରମ ଆଇନ ଉଲ୍ଲଂଘନ ବିରୁଦ୍ଧରେ ଓଡିଶା କୃଷକ ସଭା ପକ୍ଷରୁ ପ୍ରତିବାଦ

FMODIA.IN 23-05-2020

କେନ୍ଦ୍ରାପଡ଼ା,23 ମଇ : ଶ୍ରମ ଆଇନ ଉଲଘଂନ ବିରୁଦ୍ଧରେ ଆଜି ମିଳିତ ଟ୍ରେଡୟୁନିୟନ ଓ କୃଷକ ସଂଗଠନ ଡାକାରାରେ ସାରା ଦେଶ ବ୍ୟାପି ଶ୍ରମିକ ପ୍ରତିବାଦ ଦିବଶ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡା ଓ ସହରାଂଚଳ ରେ ଓଡିଶା କୃହକ ସଭା ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ନିମ୍ନ ଦାବି ଗୁଡିକ ଉପରେ ହଜାରୁ ଉର୍ଦ୍ଧ ଲୋକ ପ୍ରତିବାଦ ଆନ୍ଦୋଳନ କରିବା ସହିତ ୯ ଦଫା ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି । ସମସ୍ତ ଶ୍ରମିକକୁ କାମ ଦେବା ଓ ଦୈନିକ ମଜୁରି ୬୦୦ ଟଙ୍କା ଧାର୍ଯ୍ୟ କରିବା, ଶ୍ରମିକ ମାନଙ୍କର ଦୈନିକ କାର୍ଯ୍ୟ ନିର୍ଘଂଟ ୧୨ ଘଂଟା ନିସଂପତି କୁ ପ୍ରତ୍ୟାହାର କରିବା, ମନରେଗା ରେ ବାର୍ଷିକ ୨୦୦ ଦିନର କାମ ଏବଂ ଦୈନିକ ମଜୁରୀ ୬୦୦ ଟଙ୍କା ଧାର୍ଯ୍ୟ କରିବା, ତାଲାବନ୍ଧି ଓ ଅମ୍ବାନ ଜନିତ ଫସଲର କ୍ଷତି ପୂରଣ ତୁରନ୍ତ କୃଷକ ମାନଙ୍କୁ ଦିଆଯିବା, କୋଭିଡ୍ ୧୯ ମହାମାରି ମୁକାବିଲା ପାଇଁ ଓଡିଶାକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଦିଆଯିବା, ଚାଷୀ ର ଧାନ ବିକ୍ରି ପାଇଁ ତୁରନ୍ତ ମଣ୍ଡୀ ଖୋଲିବା ସହିତ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କିଣି ନେବା ବ୍ୟବସ୍ଥା କରିବା, ରେସନ କାର୍ଡ ନଥିବା ପ୍ରତେକ ପରିବାରର ପ୍ରତ୍ୟେକ ବ୍ୟକ୍ତି ପ୍ରତି ୧୦ କେ.ଜି ଚାଉଳଦିଆଯିବା, ତାଲାବନ୍ଧି ସମୟରେ ଆୟକର ଦେଉନଥିବା ସମସ୍ତ ଶ୍ରମିକ କୃଷକ ସମେତ ସବୁ ବର୍ଗର ପରିବାର ମାନକୁ ୭୫୦୦ ଟଙ୍କା ୩ ମାସ ପାଇଁ ଦିଆଯିବା ଓ ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଓଡିଶା ଅଣାଯିବା ଦାବିରେ ଅନୁଷ୍ଠିତ ଆଜିର ଆନ୍ଦୋଳନରେ ଓଡିଶା କୃଷକ ସଭାର ଜିଲ୍ଲା ସଂପାଦକ ଗୟାଧର ଧଳ, ଜିଲ୍ଲା ସବାପତି ଓମେଶ ଚନ୍ଦ୍ର ସିଂହ, କାର୍ଯ୍ୟାକାରୀ ସବାପତି କାଳି ପ୍ରସାଦ ନାୟକ, କୃଷକ ନେତା ବାବାଜି ପରିଡା, ଦାମୋଦର ଧଳ, ଗଙ୍ଗାଧର ମଲ୍ଲିକ, ଗୁଣମଣୀ ବେହେରା, ସେସମାନାଥ ବିଶ୍ୱାଳ, ଭିମସେନ ବେହେରା, ଅଶିତ ର୍ମେଧା, ଅର୍ଜୁନ ମଣ୍ଡଳ, ଦିପକ ମଣ୍ଡଳ, ପରିତୋଷ ଗାୟନ, ବିଜୟ ଦାସ, ରତ୍ନଜୟ ମଲ୍ଲିକ , ନଳିନୀ ପ୍ରଭା ତରାଇ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।