BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ୧୧/୦୯ ରେ ବାଜି ଜିତିଗଲେ ଶିବ ପ୍ରସାଦ

FMODIA.IN 07-11-2020
Shiv Prasad won the Kendrapara Block Presidential election on 11/06

କେନ୍ଦ୍ରାପଡ଼ା - କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷକୁ ନେଇ କିଛିଦିନ ହେଲା ଲାଗି ରହିଥିବା ଛକାପଂଝା ର ଅନ୍ତ ଘଟିଛି । ବୀଧାୟକ ଶଶି ଭୂଷଣ ବେହେରାଙ୍କ ଅନୁଗତ ପଳସିଂହା ପଂଚାୟତର ସମିତି ସଭ୍ୟ ଶିବ ପ୍ରସାଦ ଭଳ ୧୧/୦୯ ସମର୍ଥନ ରେ ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ପୂର୍ବାହ୍ନ ୧୦ଟା ରୁ ୧୧ଟା ମଧ୍ୟରେ ମନୋନୟନ ପତ୍ର ଦାଖଲ ଓ ୧୧ ରୁ ୧୧.୩୦ ମଧ୍ୟରେ ପ୍ରାର୍ଥୀପତ୍ର ଯାଂଚ ଓ ୧୨ଟା ରେ ପ୍ରତ୍ୟାହାର ତଥା ୧୨ ରୁ ୨ଟା ଯାଏ ଭୋଟ ଗ୍ରହଣ ପ୍ରକ୍ରିୟା ସଂପାଦକ କରାଯାଇ ଥିଲା । ପରେପରେ ଭୋଟ ଗଣତି କରାଯାଇ ଶିବ ପ୍ରସାଦଙ୍କୁ ବିଜୟୀ ଘୋଷଣା କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୫ ତାରିଖରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଗାଙ୍ଗପଡା ପଂଚାୟରତର ସମିତି ସଭ୍ୟ ଅନାମ ବନ୍ଧୁ ଧଳଙ୍କ ଆକସ୍ମିକ ମୃତୁ୍ୟ କାରଣରୁ ଦୀର୍ଘ ଦେଢ ମାସ ହେଲା ଏହି ପଦବୀ ଖାଲି ରହିଥିବାରୁ ସଂଖ୍ୟା ଦୃଷ୍ଟିରୁ ସୁବିଧା ଜନକ ସ୍ଥାନରେ ଥିବା ବିଜେଡି ସମର୍ଥିତ ସମିତି ସଭ୍ୟଙ୍କ ମଧ୍ୟରେ ଏହି ପଦବୀକୁ ହାସଲ କରିବା ପାଇଁ ଗୋୀ କନ୍ଦଳ ତୀବ୍ର ହୋଇଥିଲା । ବହୁ ଆଶାୟୀ ଥିବାବେଳେ ଶେଷ ପର୍ଯ୍ୟାୟରେ ବିଧାୟକଙ୍କ ଏକାନ୍ତ ଅନୁଗତ ଶିବ ପ୍ରସାଦ ଦଳୀୟ ସମର୍ଥନ ହାସଲ କରିବାରେ ସମର୍ଥ ହୋଇଥିଲେ । ଅପରପକ୍ଷରେ ଭରତପୁର ପଂଚାୟତର ସମିତି ସଭ୍ୟ ହେମନ୍ତ ବିଶ୍ୱାଳ ଅନ୍ୟତମ ଦାବିଦାର ଭାବେ ଗୋଟି ଚାଳନା କରି ଦଳ ମଧ୍ୟରେ ନିଜର ଗୋୀ ସୃଷ୍ଟି କରିବା ସହ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ । ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରଚ୍ଛନ୍ନ ସମର୍ଥନ ଥିବା ଅନ୍ୟ କେତେକ ସମିତି ସଭ୍ୟଙ୍କୁ ଧରି ଚେୟାରମ୍ୟାନ ନିର୍ବାଚନରେ ନିଜର ଦାବିକୁ ବଳି କରିଥିଲେ । ତେବେ ସଂଖ୍ୟା ଦୃଷ୍ଟିରୁ ବର୍ତମାନ ସୁବିଧା ଜନକ ୧୭ଜଣ ସମିତି ସଭ୍ୟ ବିଜେଡି ସମର୍ଥିତ ଥିବାରୁ ଶିବ ପ୍ରସାଦଙ୍କ ଜିତିବା ଏକ ପ୍ରକାର ନିଶ୍ଚନ୍ତ ବୋଲି ଧରାଯାଉ ଥିଲେ ମଧ୍ୟ ହେମନ୍ତଙ୍କ ଦାବି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଶିବ ପ୍ରସାଦ ଙ୍କୁ ସମର୍ଥନ କରୁଥିବା ୧୬ଜଣ ସମିତି ସଭ୍ୟ କିଛିଦିନ ହେଲା ଅଜ୍ଞାତବାସ ରେ ଥିବାରୁ ଜିତିବା ଏକ ପ୍ରକାର ନିଶ୍ଚତ ବୋଲି ଜଣା ପଡୁଥିଲା । ତେବେ ଆଜିର ଭୋଟ ପ୍ରକି୍ରିୟାରେ ମାତ୍ର ୧୧ଟି ସମର୍ଥନ ପାଇ ଥିବାରୁ ବଡ ଧରଣର ବିପର୍ଯ୍ୟୟ ରୁ ଅଳ୍ପକେ ବର୍ତୀ ଯାଇଥିବା ଆଲୋଚନା ହେଉଛି । ମୋଟ ୨୭ଟି ସମିତି ସଭ୍ୟ ପଦରୁ ଗାଙ୍ଗପଡାକୁ ଛାଡିଦେଲେ ୨୬ଜଣ ସମିତିସଭ୍ୟଙ୍କ ମଧ୍ୟରେ ହୋଇଥିବା ନିର୍ବାଚନରେ ଶିବ ପ୍ରସାଦଙ୍କୁ ୧୧ଜଣ ସମର୍ଥନ ଦେଇଥିଲେ । ଅପରପକ୍ଷରେ ହେମନ୍ତଙ୍କୁ ୯ଜଣ ସମିତି ସଭ୍ୟ ସମର୍ଥନ ଦେଇଥିବା ବେଲେ ଜଣକ ଭୋଟ ନାକଚ ହୋଇଥିଲା । ଓ ଅନ୍ୟ ୫ଜଣ ଆୟବା, ପୁରୁଷୋତମପୁର, ଇନ୍ଦୁପୁର, କୋର ଓ ଜମଧର ସମିତି ସଭ୍ୟମାନେ ଭୋଟଦାନ ରୁ ବିରତ ରହିଥିଲେ ।