- କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ହିଁ ସର୍ତ୍ତକୁ ଅଖଣ୍ଡ ଓ ବିକଶିତ ରାଷ୍ଟ୍ରର ପରିଣତ କରିବ -- ଶ୍ରୀ ଅନିଲ ଚୌ...
- ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ଟୀକାକରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ କଥାବାର୍ତା ହେଲେ ମୁଖ୍ୟମନ୍ତ୍ରୀ
- ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ : ଝରିଗାଁ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ
- ପଥର ବୋଝେଇ ଟ୍ରକ୍ ଓଲଟିଲା : ଜଣେ ମୃତ, ୧ ଗୁରୁତର
ଆଧାର ନଥିଲେ ଜାନୁୟାରୀ ରୁ ମିଳିବନି ଭତା

କେନ୍ଦ୍ରାପଡ଼ା,୨୪ ନଭେମ୍ବର- ଆଧାର ଲିଙ୍କ ନହେଲେ କୈାଣସି ସରକାରୀ ସୁବିଧା ମିଳି ପାରିବ ନାହିଁ । ମାନ୍ୟବର ସୁପ୍ରିମ କୋର୍ଟ ୨୦୨୦ ଜୁଲାଇ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନା ରେ ହିତାଧିକାରୀ ମାନଙ୍କୁ ରିହାତି ଦେଇଥିଲେ । ରାଜ୍ୟ ସରକାର କରୋନା ମହାମାରୀ ଦୃଷ୍ଟିରୁ ଏହି ରିହାତିକୁ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ବଢାଇ ଦେଇଛନ୍ତି । ଅନ୍ୟ ପକ୍ଷରେ ବଗର୍ତମାନ ସୁଦ୍ଧା ଜିଲ୍ଲାରେ ୨୭ ହଜାର ୨୫୫ ଜଣ ସାମାଜିକ ସୁରକ୍ଷା ହିତାଧିକାରୀ ଆଧାର ଲିଙ୍କ କରି ନଥିବାରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ତଥ୍ୟ ପ୍ରଦାନ କରିବାରେ ଜିଲ୍ଲା ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଗୁରୁତର ସହ ବିଚାର କରି ଜିଲ୍ଲାପାଳ ସମର୍ଥ ବର୍ମା ଚଳିତ ମାସ ୧୮ ତାରିଖରେ ଜିଲ୍ଲାର ସମସ୍ତ ବିଡିଓ ଓ ପୈାର ନିର୍ବାହୀ ଅଧିକାରୀ ମାନଙ୍କୁ ପଂଚାୟତ ଓ ୱାର୍ଡ ସ୍ତରରେ ସ୍ୱତନ୍ତ୍ର ଆଧାର କ୍ୟାମ୍ପ କରି ହିତାଧିକାରୀ ମାନଙ୍କୁ ଆଧାର ଯୋଗାଇ ଦେବାପାଇଁ ନିଦେ୍ର୍ଧଶ ଦେଇଛନ୍ତି । ମହାକାଳପଡା ଓ ପଟ୍ଟାମୁଣ୍ଡାଇ ବ୍ଲକରେ ଏହି କ୍ୟାମ୍ପ ଆରମ୍ଭ ହୋଇଥିବା ବେଳେ ଇ ଗର୍ଭନାନ୍ସ ମ୍ୟାନେଜର ଜ୍ଞାନ ରଞ୍ଜନ ସେଠୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ତଦାରଖ କରିଥିଲେ । ଯେଉଁ ହିତାଧିକାରୀ ମାନେ ପ୍ରଶାସନର ନିଦେ୍ର୍ଧଶ ସତ୍ୱେ ଆଧାର ଲିଙ୍କ ନକରିବେ ସେମାନେ ୨୦୨୧ ଜାନୁୟାରୀ ଠାରୁ କୈାଣସି ସରକାରୀ ଭତା ପାଇ ପାରିବେ ନାହିଁ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।