BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ବାଇକରେ ବସାଇ ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା ଓ ଏଟିଏମ କାର୍ଡ

FMODIA.IN 26-03-2020

କେନ୍ଦ୍ରାପଡ଼ା, 26 ମାର୍ଚ୍ଚ : ଜଣେ ମହିଳାଙ୍କୁ ଲିଫ୍ଟି ଦେବା ନାଁରେ ବାଇକ୍ ରେ ବସାଇ ଟଙ୍କା , ଏଟିଏମ କାର୍ଡ ଓ ଆଧାର କାର୍ଡ ଥିବା ଭ୍ୟାନିଟ୍ ବ୍ୟାଗ ଲୁଟି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ସବୁଆଡେ ଲକ ଡାଉନ ଥିବାବେଳେ ବୁଧବାର ସକାଳେ ଜିଲ୍ଲା ପରିବାର ଅଦାଲତ ନିକଟରେ ଏହି ଲୁଟ ହୋଇଛି । ଅଭିଯୋଗ ମୁତାବକ ବାଲିଚନ୍ଦ୍ର ପୁର ଆମ୍ବସୋରୀ ଗ୍ରାମର ରବିନ୍ଦ୍ର ସେଠୀଙ୍କ ସ୍ତ୍ରୀ ଝୁନା ସେଠୀ ପୁଅକୁ କେନ୍ଦ୍ରାପଡା ମୁଖ୍ୟ ଚିକିସାଳୟରେ ଦେଖାଇବା ପରେ ବାପଘର ମହାକାଳପଡା ଥାନା ଅଧିନ ଓରତ ଘାଟ କୁମାରୁଣୀ ଗ୍ରାମକୁ ଯିବା ପାଇଁ ଗରାପୁରେ ରହୁଥିବା ଭାଇଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ବାଇକ ନେଇ ଅସୁଥିବା ଯୁବକ ଆସନ୍ତୁ ମୁଁ ଛାଡି ଦେବି କହି ଗରାପୁର ଆଉକୁ ନେଲାବେଲେ ଅଦାଲତ ନିକଟରେ ବାହାନା କରି ତାଙ୍କୁ ଗାଡିରୁ ଓହ୍ଲାଇବା ସହ ପୁଅ ଧରି ଥିବା ବ୍ୟାଗଟିକୁ ଛଡାଇ ନେଇ ଫେରାର୍ ହୋଇ ଯାଇଥିଲା । ଏହି ବ୍ୟାଗରେ ୩ ହଜାର ଟଙ୍କା , ଏଟିଏମ କାର୍ଡ, ଆଧାର କାର୍ଡ ପ୍ରଭୃତି ଥିବା ଜଣା ପଡିଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in