କେନ୍ଦୁଝର ଜିଲ୍ଲାରେ ୩୧ କରୋନା ପଜିଟିଭ: ସୁସ୍ଥ ହେଲେ ୫୭୦ ଜଣ : ଆକ୍ଟିଭ କେସ୍ ୨୧୮

FMODIA.IN 01-08-2020
31 corona positives in Kendujhar district: 540 recover: Active case 218

କେନ୍ଦୁଝର, ୧ ଅଗଷ୍ଟ - କେନ୍ଦୁଝର ଜିଲ୍ଲାରେ ଆଜି ଶନିବାର ଦିନ ପୁଣି ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶନିବାର ଚିହ୍ନଟ ୩୧ଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୦ ରହିଥିବା ବେଳେ ଅସ୍ଥାୟୀ ମେଡିକାଲ କ୍ୟୁରେନଟାଇନ କେନ୍ଦ୍ରରୁ ୧୧ ଜଣ ରହିଛନ୍ତି ।

ଶନିବାର ଦିନ ଚିହ୍ନଟ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଆନନ୍ଦପୁର ମ୍ୟୁନିସପାଲଟି ଅଂଚଳରେ ୮ ଜଣ ରହିଛନ୍ତି ଯେଉଁମାନେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥଲେ । ଅନୁରୁପ ଭାବେ କେନ୍ଦୁଝର ସଦର ବ୍ଳକ ରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ମଧ୍ୟ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ଯୋଡା ବ୍ଳକରୁ ମଧ୍ୟ ଚିହ୍ନଟ ୩ ଜଣ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏପରିକି ଆଜି ଆନନ୍ଦପୁର ବ୍ଳକ ଅଂଚଳରେ ଚିହ୍ନଟ ୩ ଜଣ ଆକ୍ରାନ୍ତ ମଧ୍ୟ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏବଂ ହାଟଡିହି ବ୍ଳକରୁ ଚିହ୍ନଟ ୨ ଜଣ ଆକ୍ରାନ୍ତ ମଧ୍ୟ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ପକ୍ଷରେ କ୍ଳଷ୍ଟର ପର୍ଯ୍ୟାୟ ଅସ୍ଥାୟୀ ମେଡିକାଲ କ୍ୟୁରେଟାଂଇନ କେନ୍ଦ୍ରରୁ ଚିହ୍ନଟ ୧୧ ଜଣଙ୍କ ମଧ୍ୟରେ ତେଲକୋଇ ବ୍ଳକ ଅଂଚଳରେ ୫ ଜଣ ରହିଥିବା ବେଳେ ପାଟଣା ବ୍ଳକ ଅଂଚଳରେ ୩ ଜଣ, ଝୁମ୍ପୁରା ବ୍ଳକ ଅଞ୍ଝଳରେ ୨ ଜଣ ଏବଂ ସାହାରପଡା ବ୍ଳକ ଅଞ୍ଝଳରେ ୧ ଜଣ ରହିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ଚିହ୍ନଟ କରୋନା ଆକ୍ରାନ୍ତ ମାନଙ୍କ ସଂପର୍କରେ ମିଳିଥିବା ସବିଶେଷ ତଥ୍ୟ ଅନୁଶାରେ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଳକ ରୁ ଚିହ୍ନଟ ୨ ଜମ ଆକରାନ୍ତ ଶାଳନିଆ ପଂଚାୟତ ଅଂଚଳର ହୋଇଥିବା ବେଳେ କେନ୍ଦୁଝର ସଦର ବ୍ଳକରୁ ଚିହ୍ନଟ ୪ ଜଣ ଆକ୍ରାନ୍ତ ମଧ୍ୟରୁ ରାଇସୁଆଁ ଓ ବୋଦାପଳସା ପଂଚାୟତରୁ ୨ ଜଣ ଲେଖାଁଏ ରହିଛନ୍ତି । ଅନୁରୁପ ଭାବେ ଯୋଡା ବ୍ଳକରୁ ଚିହ୍ନଟ ୩ ଜଣ ପଜିଟିଭ ଦେଓଝର ପଂଚାୟତ ଅଂଚଳର ବୋଲି ସୂଚନା ମିଳିଛି । ଅନୁରୁପ ଭାବେ ଆନନ୍ଦପୁର ବ୍ଳକ ରୁ ଚିହ୍ନଟ ୩ ଜଣ ଆକ୍ରାନ୍ତ ବେଲବାହାଳି ପଂଚାୟତ ଅଞ୍ଝଳର ଅଟନ୍ତି । ପାଟଣା ବ୍ଳକରୁ ଚିହ୍ନଟ ୩ ଜଣଙ୍କ ମଧ୍ୟରେ କେନ୍ଦେଇପଶି , ପାଟଣା ଓ ଡୁମୁରିଆ ପଞ୍ଝାୟତ ଅଞ୍ଝଳର ୧ ଜଣ ଲେଖାଁଏ ଅଛନ୍ତି ।ତେଲକୋଇ ବ୍ଳକୁ ଚିହ୍ନଟ ୫ ଜଣଙ୍କ ମଧ୍ୟରୁ ଏସ୍ ଏନ ପୁର ଗୋଡ, ବିମଳା ଓ କରମଙ୍ଗି ପଂଚାୟତ ଅଞ୍ଝଲରୁ ଯଥାକ୍ରମେ ୨ , ୨, ୧ ଜଣ ଆକ୍ରାନ୍ତ ରହିଛନ୍ତି । ସାହାରପଡା ବ୍ଳକରୁ ଚିହ୍ନଟ ୧ ଜଣ ପଜିଟିଭ ଖଜୁରୀପାଟ ପଂଚାୟତ ଅଂଚଳର ହୋଇଥିବା ବେଳେ ଝୁମ୍ପୁରା ବ୍ଳକରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରେ ବାରିଆ ଓ ଅସନପାଟ ଅଂଚଳର ଜଣେ ଲେଖାଁଏ ରହିଛନ୍ତି । ଏବଂ ଆନନ୍ଦପୁର ମ୍ୟୁନିସପାଲଟି ରୁ ଚିହ୍ନଟ ୮ ଜଣଙ୍କ ମଧ୍ୟରେ ଓ୍ୟାର୍ଡ ନଂ ୪ରୁ ୩ ଜଣ, ଓ୍ୟାର୍ଡ ନଂ ୭ ରୁ ୩ ଜଣ ଏବଂ ଓ୍ୟାର୍ଡ ନଂ ୩ ଓ ୧୨ ରୁ ଜଣେ ଲେଖାଁଏ ରହିଛନ୍ତି । ଫଳରେ ଏହି ଶନିବାର ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮୮ ରେ ପହଂଚିଥିବା ବେଳେ ୫୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ଜିଲ୍ଲାରେ ଆକ୍ଟିଭ କେଶ ୨୧୮ ରହିଛି । ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲାରେ ଚଳିତ ଅଗଷ୍ଟ ମାସର ୧ ତାରିଖ ଠାରୁ ପ୍ରତ୍ୟେକ ଶିନିବାର ଓ ରବିବାର ସପ୍ତାହନ୍ତ ସଟ୍ଡାଉନ ପରବର୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତିର ରହିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।(ହି.ସ.)