BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଯାନ ବାହାନ ଚଳାଚଳ ଉପରେ କଟକଣା, ଫୁଟପାଥରେ ଭୋକ ଉପାସରେ ପଡିରହିଛନ୍ତି ୪୦ ଉଦ୍ଧ୍ୱର୍ କୋମଳମତୀ ଆଦିବାସୀ ଛାତ୍ର ଛାତ୍ରୀ ହଷ୍ଟେଲ ବନ୍ଦ କରି ସ୍କୁଲରୁ ତଡିଦେଲେ କର୍ତୁପକ୍ଷ

FMODIA.IN 25-03-2020
SC STUDENTS ARE ON FOOTPATH, KEONJHAR DIST. IS LOCKDOWN

କେନ୍ଦୁଝର, 25 ମାର୍ଚ୍ଚ : କରୋନା ଭାଇରସ ର ସଂକ୍ରମଣକୁ ପ୍ରତିରୋଧ କରିବା ଉଦେ୍ଧଶ୍ୟରେ ସରକାରଙ୍କ ନିଦେ୍ର୍ଧଶନୁଶାରେ କେନ୍ଦୁଝର ରେ ଆଜି ମଙ୍ଗଳବାର ଦିନ ଏସ୍ସି ଏଣ୍ଡ ଏସ୍ସି ହଷ୍ଟେଲ ବନ୍ଦ କରି ସ୍କୁଲ ରୁ ଛୋଟ ଛୋଟ କୋମଳମତୀ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ ରୁ ବିଦା କରିଦେଲେ ସ୍କୁଲ କର୍ତୁପକ୍ଷ । ନିଜ ନିଜର ବହି ଓ ଆସବାବ ପତ୍ର ବୋହି ବୋହି ଏହି ଛାତ୍ର ଛାତ୍ରୀମାନେ ଭୋକ ଉପାସରେ ପ୍ରାୟ ୫ କିମି ରାସ୍ତା ଚାଲି ଚାଲି ଆସି ପହନ୍ଚିଥିଲେ କେନ୍ଦୁଝର ବସଷ୍ଟାଣ୍ଡରେ । ହେଲେ ଜିଲ୍ଲା ପ୍ରଶାସନ ଓ ସରକାରୀ ନିଦେ୍ର୍ଧନୁଶାରେ ମଙ୍ଗଳବାର ଠାରୁ ବସ ବନ୍ଦ ରହୁ ଥିବାରୁ ଫୁଟପାଥରେ ଭୋକ ଉପାସରେ ପଡିରହିଛନ୍ତି ୪୦ ଉର୍ଦ୍ଧ କୋମଳମତୀ ଆଦିବାସୀ ଛାତ୍ର ଛାତ୍ରୀ ।

କେନ୍ଦୁଝର ସହର ରେ ବର୍ତମାନ ଜାରି ହୋଇଥିବା ୧୪୪ ଧାରା ଏବେ ବି ଅବ୍ୟାହତ ରହିଅଛି । ଏହା ସହ ଆସନ୍ତା କାଲି ତଥା ବୁଧବାର ଠାରୁ ଠାରୁ ସମଗ୍ର ଜିଲ୍ଲା ରେ ଲଗ ଡାଉନ ଲାଗୁ କରିଯିବାକୁ ସରକର ଘୋଷଣା ମଧ୍ୟ କରିଛନ୍ତି । ଏପଟେ ଜିଲ୍ଲା ରେ ଯାତୀ୍ରବାହୀ ଯାନ ବାହାନ ଚଳାଚଳ ଉପରେ କଟକଣା ମଧ୍ୟ ଜାରି ହୋଇଛି । ଆହୁରି ମଧ୍ୟ ରାଜ୍ୟ ସରକାର ଆଜି ମଙ୍ଗଳବାର ଠାରୁ ସମସ୍ତ ଏସ୍ସି ଏଣ୍ଡ ଏସ୍ସି ହଷ୍ଟେଲ ଗୁଡିକୁ ବନ୍ଦ ନିର୍ଦ୍ଧଶ ଦେଲେ । ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଗାଡି କରି ସୁରକ୍ଷିତ ଭାବରେ ସେମାନଙ୍କର ଘରେ ଛାଡିବାକୁ ମଧ୍ୟ ନିଦେ୍ର୍ଧଶ ମଧ୍ୟ ଦେଲେ । ଯାହାର ଦୀୟିତ୍ୱ ଜିଲ୍ଲା ପ୍ରଶାସନର ବୋଲି ମଧ୍ୟ ନିଦେ୍ର୍ଧଶ ଦେଲେ । ହେଲେ କେନ୍ଦୁଝରରେ କିଛି ସ୍କୁଲ କର୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସରକାରଙ୍କର ଏହି ନିଦେ୍ର୍ଧଶକୁ ଫୁରେ ଉଡାଇ ଦେଇଥିବା ଏଠାରେ ଦେଖିବାକୁ ମିଳିଛି । କେନ୍ଦୁଝରରେ ସରକାରଙ୍କର ଅନ୍ୱେଷା ଯୋଜନାରେ ଅନେକ ଆଦିବାସୀ ଛାତ୍ର ଛାତ୍ରୀ ମାନେ ହଷ୍ଟେଲରେ ରହି ଇଂରାଜୀ ମିଡିଅମ ସ୍କୁଲରେ ପାଠ ପଢୁଛନ୍ତି । ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ଆଜି ମଙ୍ଗଳବାର ଠାରୁ ଜିଲ୍ଲାର ସମସ୍ତ ଏସ୍ସି ଏଣ୍ଡ ଏସ୍ସି ହଷ୍ଟେଲ ଗୁଡୁକ ବନ୍ଦ କରି ଦିଆଗଲା । ସେଂଟ ଜାଭିଅର ଓ ଡିଏଭି ପବ୍ଲିକ ସ୍କୁଲ ଆଦି କିଛି ସ୍କୁଲ ରେ ପଢୁଥିବା ଛାତ୍ର ଛାତ୍ରୀମାନଙ୍କୁ ହଷ୍ଟେଲ କର୍ତୁପକ୍ଷ ସେମାନଙ୍କର ଅଭିଭାବକ ମାନଙ୍କୁ ଡାକି ତାଙ୍କ ହାତରେ କିଛି ପଇସା ଧରାଇ ଦେଇ ସେମାନଙ୍କ ପିଲା ମାନଙ୍କୁ ନେଇଯିବାକୁ କହିଲେ । ବର୍ତମାନ ଯାତ୍ରୀବାହୀ ଯାନବାହାନ ଚଳାଚଳ ଉପରେ କଟକଣା ରହିଥିବାରୁ ସେମାନେ ବାଧ୍ୟ ହୋଇ ଟ୍ରଙ୍କ , ବାକ୍ସ ଓ ବ୍ୟାଗ ଆଦି ବୋହ ବୋହ ଦୀଘ୪ ପ୍ରାୟ ୪ରୁ ୫ କିଲୋ ମିଟର ବାଟ ଚାଲି ଚାଲି କେନ୍ଦୁଝର ବସ ଷ୍ଟପ ପାଖକୁ ଆସିଲେ । ହେଲେ ସେଠାରେ ବସ ବନ୍ଦ ଥିବାରୁ ବାଧ୍ୟ ହୋଇ ଫୁଟପାଥରେ ଭୋକ ଉପାସରେ ବସି ରହିଥିଲେ । କିଛି ଗଣମାଧ୍ୟମ ପ୍ରତିନିଧିଙ୍କର ଏହା ଦୃଷ୍ଟି ପଡିବା ପରେ ଘଟଣା ଟି ପଦାକୁ ଆସିଥିଲା । ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ସେମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ବର ଗଛ ତଳକୁ ଡାକି ଛାଇରେ ବସାଇଥିଲେ ଓ ଡିଡବ୍ଲୁଓ(ଜିଲ୍ଲା େଓ୍ୟଲଫେୟାର ଅଫିସର)ଙ୍କୁ ଜଣାଇଥିଲେ । ସେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳ ରେ ପହଞ୍ଝି ସମସ୍ତ ଘଟଣା ଜାଣିବା ପରେ ଗାଡି କରି ସେମାନଙ୍କୁ ସମେନଙ୍କ ଘର ମାନଙ୍କୁୁ ପଠାଇବାର ବ୍ୟବସ୍ଥା କରିବେ ବୋଲି କହିଥିଲେ । ହେଲେ ଦିନ ୩ ଟା ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇପାରି ନଥିଲା । ଛାତ୍ର ଛାତ୍ରୀ ମାନେ ଭୋକ ଉପାସରେ ପଡି ରହିଥିବା ଦେଖା ଯାଇଥିଲା । ପ୍ରଶାସନର ଏତାଦୃଶ୍ୟ ହୀନମାନ୍ୟତା ମନୋଭାବ କୁ ସଚତେନ ନାଗରିକ ମାନେ ତୀବ୍ର ସମାଲୋଚନା କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in