BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

କରୋନା ଭାଇରସ୍ : ୩ ଜଣ ଏସସିବିରେ ଭର୍ତି , ୫ ଜଣଙ୍କ ରିପୋର୍ଟ ନେଗେଟିଭ୍

FMODIA.IN 04-02-2020
3 admitted in scb medical college,5 got negative in odisha

ଭୁବନେଶ୍ୱର, ୪ ଫେବୃଆରୀ - ନୋଭେଲ କରୋନା ଭାଇରସ୍ ପ୍ରଭାବିତ ଦେଶରୁ ଓଡିଶା ଆସିଥିବା ୨୫ ଜଣ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଠାରେ କରୋନାର ଲକ୍ଷଣ ଦେଖାଯିବାରୁ ସେମାନଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଅନ୍ୟପକ୍ଷରେ ୬ଟି ରକ୍ତନମୂନା ପରୀକ୍ଷା ପାଇଁ ପୁନେ ପଠାଯାଇଥିଲା । ତନ୍ମଧ୍ୟରେ ୫ଟି ନେଗେଟିଭ୍ ରିପୋର୍ଟ ଆସିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ରିପୋର୍ଟ ଆସିନାହିଁ ।

ଅନ୍ୟପକ୍ଷରେ ଚୀନ୍ ଫେରନ୍ତା ଫୁଲବାଣୀର ଡ଼ାକ୍ତରୀ ଛାତ୍ରଙ୍କ ରକ୍ତ ନମୂନା ରିପୋର୍ଟ ହସ୍ତଗତ ହୋଇଛି । ଏଥିରେ କରୋନାର କୌଣସି ଭୂତାଣୁ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସମ୍ପୃକ୍ତ ଡ଼ାକ୍ତରୀ ଛାତ୍ର ସନ୍ଦେହରୁ ମୁକ୍ତ ହୋଇଛନ୍ତି ବୋଲି ଡ଼ିଏମଇଟି ଡ଼. ସି. ବିକେ ମହାନ୍ତି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in