BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅପ୍ରେଲ୍ ୩୦ ପର୍ଯ୍ୟନ୍ତ ସବୁ ଅଙ୍ଗନବାଡି କେନ୍ଦ୍ର ବନ୍ଦ

FMODIA.IN 23-03-2020
All Anganwadi Centers closed until April 30

ଭୁବନେଶ୍ୱର, ୨୩ ମାର୍ଚ୍ଚ ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ଅପ୍ରେଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଟେକ୍ ହୋମ୍ ରାସନ୍ ବାବଦରେ ଛତୁଆ, ଲଡ଼ୁ ଆଦି ଶୁଖିଲା ଖାଦ୍ୟ ୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନଙ୍କୁ ଅଙ୍ଗନବାଡ଼ି କର୍ମୀ/ସହାୟିକାମାନେ ସେମାନଙ୍କ ଘରେ ପହଂଚାଇବେ । ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ ଏବଂ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଂଚାଇ ଦିଆଯିବ । ପ୍ରତ୍ୟେକ ପରିବାରକୁ ସେମାନଙ୍କ ପ୍ରାପ୍ୟ ବାବଦକୁ ଅଣ୍ଡା ପ୍ରତି ସପ୍ତାହରେ ଘରେ ବଂଟନ କରାଯିବ ।

ସେହିପରି ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସାମାଜିକ ଦୁରତ୍ୱ ଏବଂ ପରିଷ୍କାରପରିଚ୍ଛନ୍ନତା ପାଇଁ ଆବଶ୍ୟକୀୟ ପ୍ରୋଟୋକଲ୍ ନିଶ୍ଚୟ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

......................

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in