ମାନବିକତାର ପରିଚୟ ଦେଲା ସଂକଳ୍ପ

FMODIA.IN 22-07-2020
Angul Sankalpa - An identification of humanity

ଅନୁଗୁଳ - ବର୍ତ୍ତମାନ କୋରୋନା ର ମହାମାରୀ ସାରା ପୃଥିବୀକୁ ଗ୍ରାସ କରିଛି । ଲୋକଙ୍କର ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି । ହେଲେ ଅନୁଗୁଳ ଜିଲ୍ଲାରେ ତାମ୍ରିତ୍ କଲୋନୀର ଏକ ଘର ମାଲିକ ତାଙ୍କ ଭଡ଼ା ଲୋକଙ୍କୁ ଘର ଭଡ଼ା ନ ଦବାରୁ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ନିକଟରେ ଏବେ ସେ ଏକ ଝିଅଙ୍କୁ ଜନ୍ମ ଦେଇଛନ୍ତି । ଘରୁ ବାହାର କରିଦେବା ଫଳରେ ବୃହସ୍ପତି ରାଏ ଓ ତାଙ୍କ ସ୍ତ୍ରୀ ଅନୁଗୁଳ ଜିଲ୍ଲାର ସାପ୍ତାହିକ ହାଟରେ ଛୋଟ ଝିଅକୁ ଧରି ରହିଥିଲେ । ଟିଭି ଚ୍ୟାନେଲରେ ଖବର ପ୍ରସାରଣ ହେବା ଫଳରେ ଅନୁଗୁଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସଂକଳ୍ପ ସୋସିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଉକ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି । ତାଙ୍କ ପାଇଁ ଏକ ମାସର ରାସନ ସାମଗ୍ରୀ ସହ ଝିଅ ପାଇଁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ଘର ମାଲିକଙ୍କୁ ମଧ୍ୟ ବୁଝାଇବା ଫଳରେ ସେ ତାଙ୍କୁ ଘରେ ପୁନଶ୍ଚ ରଖିଥିଲେ । ଟ୍ରଷ୍ଟ ତରଫରୁ ସଭାପତି ସୁଶାନ୍ତ କୁମାର ଦାସ ,ପତିତପାବନ ଜେନା,ସୁଭଦ୍ରା ରାଣୀ ଦାସ,ରତିକାନ୍ତ ସେଠ,କୃଷ୍ଣ ଚନ୍ଦ୍ର ବେହେରା,ମିର୍ଜା ସଜୀଦ୍ ବେଗ , ଜଗନ୍ନାଥ ସାହୁ ଓ ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସାହାଯ୍ୟ କରିଥିଲେ। ଭବିଷ୍ୟତରେ ଯଦି କୌଣସି ଅସୁବିଧା ହୁଏ ଟ୍ରଷ୍ଟ ତରଫରୁ ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି ।