BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ଅଯୋଧ୍ୟା ରାମଲୀଳାକୁ ଦେଖିଲେ 10 କୋଟି ଦର୍ଶକ

FMODIA.IN 25-10-2020

ଅଯୋଧ୍ୟା, , ଅକ୍ଟୋବର ୨୫ | ଅଯୋଧ୍ୟାର ଐତିହାସିକ ରାମଲୀଳାକୁ ଦେଖିଥିବା ଦର୍ଶକଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ରାମଲୀଳା ଦେଖିଥିବା ଦର୍ଶକଙ୍କ ସଂଖ୍ୟା ୧୦ କୋଟି ଅତିକ୍ରମ କରିଥିବାର ସୂଚନା ମିଳିଛି ।
ଅଯୋଧ୍ୟାରେ ରାମଲୀଳାର ଆୟୋଜକଙ୍କ କହିବା ଅନୁସାରେ ବିଭିନ୍ନ ମାଧ୍ୟମରେ ଏହାର ପ୍ରସାରଣକୁ ଦେଖିଥିବା ଦର୍ଶକଙ୍କ ସଂଖ୍ୟା ୧୦ କୋଟି ପହଂଚିଛି । ଆୟୋଜନକର୍ତ୍ତାଙ୍କ ଆଶ ଯେ, ରାମଲୀଳା ଶେଷ ହେବା ପର୍ଯ୍ୟନ୍ତ, ଏହାର ଦର୍ଶକଙ୍କ ସଂଖ୍ୟା ୨ ଗୁଣ ବଢ଼ିବ ।
୯ ଦିବସୀୟ ରାମଲୀଳାର ପ୍ରସାରଣ ଏଠାରେ ଥିବା ସରଯୁ ନଦୀ କୂଳରେ ଥିବା ଲକ୍ଷ୍ମଣ ଦୁର୍ଗ ମନ୍ଦିରରୁ କରାଯାଉଛି । ଏଥିରେ ଫିଲ୍ମ କଳାକାର ଓ ଅଭିନେତା ହୋଇଥିବା କଳାକାର ଅଭିନୟ କରୁଛନ୍ତି ।

ରାମଲୀଳାର ନିର୍ଦ୍ଦେଶକ ସୁଭାଷ ମଲ୍ଲିକ କହିଛନ୍ତି, ଦୂରଦର୍ଶନ, ୟୁଟ୍ୟୁବ ଓ ଅନ୍ୟ ସୋସିଆଲ ମିଡିଆ ମଚଂରେ ରାମଲୀଲାକୁ ଦର୍ଶକ ଦେଖୁଛନ୍ତି । ଏହାର ଦର୍ଶକଙ୍କ ସଂଖ୍ୟା ୧୦ କୋଟି ଅତିକ୍ରମ କରିସାରିଛି । ଆମେ ଆଶା କରୁଛୁ ଯେ, ପ୍ରସାରଣ ଶେଷ ପର୍ଯ୍ୟନ୍ତ ଏହା ଦର୍ଶକଙ୍କ ସଂଖ୍ୟା ୨ ଗୁଣ ବଢ଼ିବ । ସୂଚନାଯୋଗ୍ୟ, କୋଭିଡ-୧୯ ନିୟମ ଯୋଗୁଁ ଲୋକଙ୍କୁ ଆୟୋଜନସ୍ଥଳରେ ପହଂଚି ରାମଲୀଳା ଦେଖିବାକୁ ଅନୁମତି ମିଳିନାହିଁ । ରାମଲୀଳା ଅକ୍ଟୋବର ୧୭ ତାରିଖରେ ଆରମ୍ଭ ହୋଇଥିଲା । ଆଜି ହେଉଛି ସମାପନ ଦିବସ ।