ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ତୁଳସୀ ପତ୍ର ପାଣି

FMODIA.IN 04-02-2020
Benefits of basil water

ତୁଳସୀ ପତ୍ର କେବଳ ଥଣ୍ଡା ଜ୍ୱର ନୁହେଁ, ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଶରୀରରୁ ଟକ୍ସିନ୍ ସଫା ହୋଇଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଚନତନ୍ତ୍ରକୁ ଠିକ୍ ରଖିଥାଏ । ଅନେକ ଗବେଷଣାରୁ ଏହା ଜଣାପଡ଼ିଛି ଯେ ତୁଳସୀ ହାଇପର୍ ଟେନସନ୍, ହାଇ ବ୍ଲଡ୍ ପ୍ରେସର ଓ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ । ଏଥିପାଇଁ ତୁଳସୀ ପତ୍ରର ଚାହା କିମ୍ୱା ପାଣି ପିଇବା ଅଭ୍ୟାସ କରନ୍ତୁ । ତୁଳସୀ ପତ୍ର ପାଣିରେ ଥିବା ଆଣ୍ଟି-ଆଲର୍ଜିକ୍ ଗୁଣ ଶ୍ୱାସଜନିତ ସମସ୍ୟା, କାଶ, ଟନସିଲ୍ ଓ ଗଳା କ୍ୟାନସର୍ ପରି ରୋଗକୁ ନିୟନ୍ତ୍ରଣ କରିଥାଏ । ଗରମ ପାଣିରେ ତୁଳସୀ ପତ୍ର ପକାଇ ସିଝାନ୍ତୁ। ଏହାପରେ ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଏହି ପାଣି ପିଇଲେ କିଡ୍ନୀ ଷ୍ଟୋନ୍ ଭଲ ହୋଇଥାଏ । ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଓଜନ କମ୍ ହୋଇଥାଏ । ତୁଳସୀ ସୁଗାରର ସ୍ତରକୁ ନିୟନ୍ତ୍ରଣ କରୁଥିବାରୁ ଡାଇବେଟିସ୍ ରୋଗୀ ପ୍ରତିଦିନ ତୁଳସୀ ପତ୍ର ପାଣି ପିଅନ୍ତୁ।