ରେସ୍ୱା ସ୍ୱଳ୍ପ ରହଣୀ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ବିବାହ

FMODIA.IN 08-06-2020
Marriage of a loving couple at the Reswa Short Stay Center

କେନ୍ଦ୍ରାପଡ଼ା, ୦୮ ଜୁନ୍ କେନ୍ଦ୍ରାପଡା ପୈାରାଂଚଳ ମନକରପୁର ରେ ଥିବା ରେସ୍ୱା ସ୍ୱଳ୍ପ ରହଣୀ କେନ୍ଦ୍ରରେ ସୋମବାର ପ୍ରେମୀ ଯୁଗଳଙ୍କ ମଧ୍ୟରେ ବିବାହ କାଯ୍ୟକ୍ରମ ଅନୁିତ ହୋଇଯାଇଛି । ଦୀର୍ଘ ଦୁଇବର୍ଷରୁ ଉଦ୍ଧ୍ୱର୍ ହେବ କେନ୍ଦ୍ରାପଡା ପୈାରାଂଚଳର ଏହି ପ୍ରେମୀ ଯୁଗଳ ପରସ୍ପର ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ସୂଚନା ମୁତାବକ କେନ୍ଦ୍ରାପଡା ପୈାରାଂଚଳର ଅଚୁ୍ୟତପୁର ଗ୍ରାମର ସ୍ୱର୍ଗତଃ ନେତ୍ରାନନ୍ଦ ବେହେରା ଓ ବବିନା ବେହେରାଙ୍କ ଝିଅ ଗାୟତ୍ରୀ ବେହେରା ଙ୍କ ସହ ନିକଟସ୍ଥ କମାର ଖଣ୍ଡି ଗ୍ରାମର ସୁରେନ୍ଦ୍ର କୁମାର ବେହେରାଙ୍କ ପୁଅ ଲିଟୁନା ବେହେରାଙ୍କ ସହ ଦେଖା ସାକ୍ଷାତ ଓ ପରେ ପ୍ରେମ ସଂପର୍କ ଗଢି ଉଠିଥିଲା । ୨ ଜଣଙ୍କ ଘର ପାଖାପାଖି ଥିବାରୁ ପରସ୍ପରର ଭାବ ବିନିମୟ ବଢିଯାଇ ପ୍ରେମ ସଂପର୍କ ଗଭୀର ହେବା ପରେ ୨୦୧୯ ମସିହାରେ ଉଭୟ ଘର ଛାଡି ପଳାଇଥିଲେ । ତେବେ ପରେ ଗାୟତ୍ରୀଙ୍କୁ ଉଦ୍ଧାର କରାଯାଇ ରେସ୍ୱା ସ୍ୱଳ୍ପ ରହଣୀ କେନ୍ଦ୍ରରେ ରଖା ଯାଇଥିଲା । ଗାୟତ୍ରୀ ନାବାଳିକା ଥିବାରୁ ବିବାହ ଅସମ୍ଭବ ଜାଣି ମଧ୍ୟ ଲିଟୁନା ବିବାହ ପାଇଁ ଜିଦି ଧରିଥିଲେ । ତେବେ ପ୍ରାପ୍ତବୟସ୍କ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଉଭୟ ପରିବାର ସହମତି ହୋଇଥିଲେ । ଲକ ଡାଉନ କଟକଣା ଥିବାରୁ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସୋମବାର ବିବାହ ଅନୁିତ ହୋଇଥିଲା । ଏଥିରେ କନ୍ୟାପିତା ଭାବେ ସ୍ୱଳ୍ପ ରହଣୀ କେନ୍ଦ୍ରର ନିଦେ୍ର୍ଧଶକ ଲିୟାକତ ହୁସେନ କନ୍ୟାଦାନ କରିଥିବା ବେଳେ ବରପିତା ଭାବେ ଶ୍ରୀତମ ବେହେରା ବିବାହ କାଯ୍ୟ ସଂପାଦନ କରିଥିଲେ । ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା କେନ୍ଦ୍ରର ପରିଚାଳିକା ମିନତୀ ମହାରଣା ଏହି ବିବାହ ସ୍ୱଳ୍ପ ରହଣୀ କେନ୍ଦ୍ରର ଅନ୍ୟ ଅନ୍ତେବାସୀମାନଙ୍କ ସହଯୋଗରେ ଉସାହର ସହ ଅନୁିତ ହୋଇଥିଲା । ସିଡବ୍ଲୁସିର ଚେୟାରମ୍ୟାନ ଭଗବତୀ ପ୍ରସାଦ ଦାସ, ସଦସ୍ୟା ସ୍ମୀତାଞ୍ଜଳୀ ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ, ବାଦଲ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ନବଦମ୍ପତିକୁ ଆଶୀର୍ବାଦ ଦେଇଥିଲେ ।