BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କନ୍ଧମାଳର ମୋନିକାଙ୍କ ପରେ ମେଲିସା

FMODIA.IN 10-10-2020
Melissa after Monica of Kandhamal

କନ୍ଧମାଳ,୧୦ ଅକ୍ଟୋବର - ଜାତୀୟ କିଶୋରୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲା ରାଇକିଆ ବ୍ଳକ ମାଣିକେଶ୍ୱର ପଂଚାୟତର ଗୁନ୍ଧାଣୀ ଗ୍ରାମର ଝିଅ ମେଲିସା ନାୟକ ମନୋନିତ ହୋଇଛନ୍ତି । ବିଗତ ଦିନରେ ମିସ୍ ଟିମ୍ ଡ଼ିଭାରେ ସାମିଲ୍ ହେବା ପାଇଁ ଗତ ସେପ୍ଟେମ୍ବର ମାସରେ ଅନ୍ ଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇଥିଲେ । ଯେଉଁଥିରେ ସେ ସଫଳ ହୋଇଥିବା ନେଇ ଇମେଲ୍ ମାଧ୍ୟମରେ ସୂଚନା ମିଳିଛି । ଉକ୍ତ ପ୍ରତିଯୋଗିତରେ ଭାରତର ବିିଭିନ୍ନ ଅଂଚଳରେ ପ୍ରାୟ ୩ ହଜାର ପ୍ରତିଯୋଗୀ ସାମିଲ୍ ହୋଇଥିବା ବେଳେ କେବଳ ୨୫ ଜଣ ଏହି ପ୍ରତିଯୋଗିତା ପାଇଁ ମନୋନିତ ହୋଇଥିବାର ମେଲିସା ପ୍ରକାଶ କରିଛନ୍ତି । ତେବେ ଓଡ଼ିଶାର ୨ ଜଣ ମନୋନିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କନ୍ଧମାଳର ମେଲିସା ଓ ଭୁବନେଶ୍ୱରର ଜଣେ ପ୍ରତିଯୋଗୀ ଅଛନ୍ତି ବୋଲି ଜଣାପଡିଛି । ଗତ ମାସ ଶେଷ ବେଳକୁ ଏନେଇ ତାଙ୍କୁ ଇମେଲ୍ ମାଧ୍ୟମରେ ସୂଚନା ମିଳିଥିବାର ମେଲିସା ପ୍ରକାଶ କରିଛନ୍ତି । ତେବେ ଏହାର ପରବର୍ତି ବିଭିନ୍ନ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଏଥିପାଇଁ ବର୍ତମାନ ଅର୍ଥର ଆବଶ୍ୟକତା ରହିଥିବା ବେଳେ ମେଲିସାଙ୍କ ପାଇଁ ବର୍ତମାନ ଅର୍ଥ ସାଜିଛି ବାଧକ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ମେଲିସାଙ୍କୁ ପରବର୍ତି ପର୍ଯ୍ୟାୟ ପାଇଁ କେହି ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ କିମ୍ବା ପ୍ରଶାସନ ପକ୍ଷରୁ ସହଯୋଗ କରାଗଲେ ସେ ପରବର୍ତି ପର୍ଯ୍ୟାୟରେ ସାମିଲ୍ ହୋଇ ପାରନ୍ତେ ବୋଲି ପ୍ରକାଶ କରିଛନ୍ତି । ତେବେ ସମଗ୍ର ଭାରତରୁ ହଜାର ହଜାର ପ୍ରତିଯୋଗିଙ୍କ ମଧ୍ୟରୁ କନ୍ଧମାଳ ଜିଲାରେ ଜଣେ ମନୋନିତ ହୋଇଥିବା ଯୋଗୁଁ ତାହା ନିଶ୍ଚିତ ଭାବେ ଗର୍ବର କଥା ବୋଲି ଗୁନ୍ଧାଣୀ ଗ୍ରାମବାସୀ ଓ ଅନ୍ୟ ଶୁଭେଚ୍ଛୁମାନେ ପ୍ରକାଶ କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ମିସ୍ ଟିନ୍ ଡ଼ିଭା ପ୍ରତିଯୋଗିତା ପାଇଁ ମନୋନିତ ହୋଇଥିବା ମେଲିଶା ବ୍ରହ୍ମପୁର ଖଲ୍ଲିକୋଟ କଲେଜର ବିଏସସି ତୃତୀୟ ବର୍ଷର ଛାତ୍ରୀ ଅଟନ୍ତି ।

ତେବେ ମହାମାରୀ କରୋନା ଯୋଗୁଁ ହୋଇଥିବା ଲକ୍ ଡ଼ାଉନ୍ ସହିତ ଗତ ଦିନରେ ଯେଉଁମାନେ ରାଜ୍ୟ ବାହାରୁ ଫେରୁଥିଲେ ସେହିମାନେ ଜିଲାର ବିିଭିନ୍ନ କ୍ୱାରେଣ୍ଟାଇନରେ ରହୁଥିଲେ । ସେହିଭଳି ଭାବେ ବିହାର ରାଜ୍ୟରୁ ଫେରି କ୍ୱାରେଣ୍ଟାଇନରେ ରହି ନିଜର ଯୋଗ୍ୟତାକୁ ପ୍ରତିପାଦିତ କରିବାରେ ସଫଳ ହୋଇଥିଲେ ଜି.ଉଦୟଗିରି ବ୍ଲକ କୁର୍ମିଙ୍ଗିଆ ଗ୍ରାମର ଝିଅ ମୋନିକା ପ୍ରଧାନ । ସେହି ସମୟରେ ଅନଲାଇନରେ ଜାତୀୟସ୍ତରର ଫେସନ ପ୍ରତିଯୋଗିତା ଫଟୋଫକ୍ସ ମିସ୍ ଟିନ୍ ୨୦୨୦ ପ୍ରତିଯୋଗିତାରେ ସେ ଭାଗନେଇଥିବା ବେଳେ ଓଡ଼ିଶାର ମଧ୍ୟ ବହୁ ସଂଖ୍ୟାରେ କିଶୋରୀ ଏଥିରେ ଭାଗନେଇଥିଲେ । ଶେଷରେ ୫୦ ଜଣ ଫାଇନାଲ୍ ପ୍ରତିଯୋଗିତା ପାଇଁ ସ୍କ୍ରିନ୍ଂ କରାଯାଇଥିଲା ଯେଉଁଥିରେ ମୋନିକା ମଧ୍ୟ ସାମିଲ ହେବା ସହିତ ଉକ୍ତ ପ୍ରତିଯୋଗିତାରେ ସେ ୩ୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇ ପାରିଥିଲେ । ବର୍ତମାନ ମୋନିକା ଭୁବନେଶ୍ୱରରେ ବିଏମ୍ସି ନର୍ସିଂ ତାଲିମ୍ ନେଉଛନ୍ତି ।