୧୪ ବର୍ଷର ନାବାଳିକା ଓ ତାର ଭାଇ ଭଉଣୀଙ୍କ ଦୁଖ ବୁଝିଲେ ସରକାର

FMODIA.IN 07-06-2020

(ରାଉରକେଲା) - ସୁନ୍ଦରଗଡ ଜିଲ୍ଲା ରାଜଗାଂଗପୁର ଭଗତଟୋଲା ରେ ଜଣେ ୧୪ବର୍ଷର ନାବାଳିକା ଓ ତାର ୪ଭାଇଭଉଣୀଙ୍କୁ ପରଘରେ କାମ କରି ପୋଷିବା ଘଟଣା ଏପ୍ରିଲ ମାସରେ ବାହାରକୁ ଆସିବା ପରେ ଆଜି ସରକାର ସେମାନଙ୍କ ଦୁଖ ବୁଝିଛନ୍ତି । ବିଶ୍ରାର ଚାଇଲ୍ଡ ଲାଇନ ସେଠାରେ ପହଁଚି ସେମାନଙ୍କୁ ନେଇଥିବା ବେଳେ ସେଠାରେ ଥିବା ଅନ୍ୟ ୨ପିଲାଙ୍କୁ ମଧ୍ୟ ସାଂଗରେ ନେଇଥିବା ଜଣା ପଡିଛି । ଦିର୍ଘ ଦିନ ତଳେ ଏହି ପିଲା ଙ୍କୁ ଜନ୍ମ ଦେଇଥିବା ବାପ ମା ନିଜର କୌଣସି ସମସ୍ୟା ଲାଗି ସେମାନେ ଅଲଗା ହୋଇ ନିଜ ନିଜ ରାସ୍ତା ଦେଖିଥିବା ବେଳେ ଏହି ପିଲା ମାନଙ୍କୁ ଭଗତ ଟୋଲାର ଭଂଗା ଘରେ ଛାଡି ଦେଇ ଚାଲିଯାଇଥିଲେ । ବସ୍ତି ବାସୀ ଏମାନଙ୍କୁ ବଡ କଲା ପରେ ୧୪ ବର୍ଷର ନାବାଳିକା ବଡ ଭଉଣୀ କୁଶୁମ ତାର ଭାଇଭଉଣୀଙ୍କୁ ପୋଶିବା ଲାଗି ଜଣଙ୍କ ଘରେ ଦିନ ତମାମା କାମ କରି ଯାହା ଆଣେ ସେଥିରେ ସେମାନେ ଖାଇ ବଂଚିଥିଲେ ।ଆଜି ଯାଏ ଏମାନଙ୍କ ଉପରେ କାହାର ନଜର ପଡିନଥିଲା । ତେବେ ଏହି ଖବର ଲକଡାଉନ ବେଳେ ଗଣମାଧ୍ୟମ ଦ୍ୱାରା ଏହା ପଦାକୁ ଆସିବା ପରେ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କ ନଜରକୁ ଆସିଥିଲା ।ଦିର୍ଘ ୨ମାସରୁ ଅଧିକ ସମୟ ପରେ ଆଜି ବିଶ୍ରା ର ଚାଇଲ୍ଡଲାଇନ ସେମାନଙ୍କୁ ସାଂଗରେ ନେଇଛି । ଗଲା ବେଳେ ବସ୍ତି ବାସୀ ଓ ଏହିପିଲାଙ୍କ ଭିତରେ ଥିବା ସଂପର୍କ ସେମାନଙ୍କ ଛଳ ଛଳ ଆଖିର ଲୁହରୁ ଜଣା ପଡିବା ସହ ସେଠାରେ ଥିବା ଲୋକଙ୍କୁ ମଧ୍ୟ କନ୍ଦାଇଥିଲା ।ତେବେ ସେମାନଙ୍କୁ ସୋମବାରଦିନ ଚାଇଲ୍ଡଲାଇନ ଅଧିକାରୀଙ୍କ ପାଖରେ ଉପସ୍ଥିତ କଲାପରେ ସେମାନଙ୍କୁ କେଉଁଯାଗାରେ ରଖାଜିବ ସେନେଇ ନିଷ୍ପତି ନିଆଜିବ ବୋଲି ଆସିଥିବା ଅଧିକାରୀ ପ୍ରକାଶ କରିଛନ୍ତି ।